ପାରାମିଲିଟାରୀ ଅଫିସର ଭୂମିକାରେ ନଜର ଆସିବେ ସଲମାନ

ମୁମ୍ବାଇ: ବଲିଉଡର ବେଶ ପରିଚିତ ଚେହେରା ସଲମାନ ଖାଁ। ସେ ତାଙ୍କର ଉତ୍କୃଷ୍ଟ ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି। ଏବେ ପର୍ଯ୍ୟନ୍ତ ସେ ବଲିଉଡକୁ ଅନେକ ବ୍ଲକବଷ୍ଟର ହିଟ ମୁଭି ଭେଟି ଦେଇଛନ୍ତି। ଏବେ ସେ ସଂପୂର୍ଣ୍ଣ ନୂଆ ଅବତାରରେ ଦେଖିବାକୁ ମିଳିବେ। ବର୍ତ୍ତମାନ ସଲମାନ ଏହି ଚଳଚ୍ଚିତ୍ର ପାଇଁ ଏକ ନୂଆ ଲୁକରେ ନଜର ଆସିବାକୁ ଯାଉଛନ୍ତି। ସୂଚନାନୁସାରେ, ସଲମାନ ଏକ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି ଯେଉଁଥିରେ ସେ ଜଣେ ପାରାମିଲିଟାରୀ ଅଫିସର ଭୂମିକାରେ ନଜର ଆସିବେ।
ଦୀର୍ଘ ସମୟ ପରେ ସଲମାନ ଖାନ ଏକ ଫିଲ୍ମ ବାଛିଛନ୍ତି ଯାହା ତାଙ୍କୁ ତାଙ୍କ ଚେହେରା ବଦଳାଇବାକୁ ପ୍ରେରଣା ଯୋଗାଉଛି। ସେ ଫିଲ୍ମ ପାଇଁ ଏକ ନୂଆ ଲୁକ ଚେଷ୍ଟା କରିବାକୁ ପ୍ରସ୍ତୁତ, ଯେଉଁଥିପାଇଁ ସେ ଜିମରେ କଠିନ ପ୍ରଶିକ୍ଷଣ ନେଉଛନ୍ତି ଏବଂ ତାଙ୍କ ଡାଏଟ ବିଷୟରେ ବହୁତ ସଚେତନ ହୋଇ ଯାଇଛନ୍ତି। ଏହି ଭୂମିକା ପାଇଁ ସେ କଠିନ ପରିଶ୍ରମ କରିବେ। ଏହି ଭୂମିକା ପାଇଁ ତାଙ୍କ ଶରୀର ବେଷ୍ଟ ଶେପକୁ ଆସିବା ଜରୁରୀ । ଏକ ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ଏହି ପରିବର୍ତ୍ତନ ସେ ତାଙ୍କ ଫିଲ୍ମ ସୁଲତାନ ପାଇଁ ଯାହା କରିଥିଲେ ତାହା ସହିତ ସମାନ ହେବ। କିସି କା ଭାଇ କିସି କି ଜାନ ର ପ୍ରତିକ୍ରିୟା ଦେଖିବା ପରେ ସେ ଏକ ନୂଆ କ୍ଷେତ୍ରରେ ପ୍ରୟାସ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ସୂଚନାନୁସାରେ, ଏହି ମୁଭିଟି ମାଲଦ୍ୱୀପରେ ୧୯୮୮ରେ ହୋଇଥିବା ଆକ୍ରମଣ ଉପରେ ଆଧାରିତ। ଏହି ଅପରେସନ ସମୟରେ ଭାରତୀୟ ସେନା ବ୍ୟବସାୟୀ ଅବଦୁଲ୍ଲା ଲୁଥଫିଙ୍କ ନେତୃତ୍ୱରେ ଏକ ମାଲଦ୍ୱୀପ ଗୋଷ୍ଠୀ ସରକାରଙ୍କୁ ବହିଷ୍କାର କରିବା ଉଦ୍ୟମକୁ ଖଣ୍ଡନ କରିଥିଲେ। ସଲମାନ ଏହି ଫିଲ୍ମରେ ମିଶନର ନେତୃତ୍ୱ ନେଉଥିବାର ନଜର ଆସିବେ। ଏହି ଫିଲ୍ମ ସହିତ ସେ ଫିଲ୍ମ ‘କୁଛ କଛ ହୋତା ହୈ’ ର ନିର୍ମାତା କରଣ ଜୋହରଙ୍କ ସହ ଏକାଠି ହେଉଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଶେରଶାହାର ନିର୍ଦ୍ଦେଶକ ବିଷ୍ଣୁ ବର୍ଦ୍ଧନ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…

ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?