ଘର ଛାଡ଼ିଦେବେ ସଲମାନ: ଜାଣନ୍ତୁ କାହିଁକି

ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କ ଫିଲ୍ମକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଯଦିଓ ‘ସିକନ୍ଦର’ ପରଠାରୁ ତାଙ୍କର କୌଣସି ଫିଲ୍ମ ରିଲିଜ ହୋଇନାହିଁ, କିନ୍ତୁ ସେ ତାଙ୍କ ଆଗାମୀ ଫିଲ୍ମ ‘ମାତୃଭୂମି’ ପାଇଁ କସରତ କରୁଛନ୍ତି। ଏହାର ରିଲିଜ ତାରିଖ ନେଇ ଅନିଶ୍ଚିତତା ରହିଛି। ସେ ଭାମଶୀ ପୈଦିପାଲିଙ୍କ ସହିତ ଏକ ପ୍ରୋଜେକ୍ଟରେ କାମ ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ଏବେ କୁହାଯାଉଛି ସଲମାନ ବାନ୍ଦ୍ରାରେ ଏକ ନଆ ୬ ମହଲା ବିଶିଷ୍ଟ ସମୁଦ୍ରମୁଖୀ ଘର ନିର୍ମାଣ କରୁଛନ୍ତି। ନୂଆ ଘରଟି ବାନ୍ଦ୍ରାର ଚିମ୍ବାଇ ଅଞ୍ଚଳରେ ଅବସ୍ଥିତ, ଯାହାକି ସଲମାନଙ୍କ ବର୍ତ୍ତମାନର ବାସସ୍ଥାନ ଗାଲାକ୍ସି ଆପାର୍ଟମେଣ୍ଟଠାରୁ ଅଳ୍ପ ଦୂରରେ ଅବସ୍ଥିତ। ଏହି ଆବାସିକ କୋଠା ନିର୍ମାଣ ପାଇଁ ସେ ମହାରାଷ୍ଟ୍ର କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ଅଥରିଟି (MCZMA)ରୁ ଅନୁମୋଦନ ପାଇଛନ୍ତି। ପ୍ଲଟ ତାଙ୍କ ମା’ଙ୍କ ନାମରେ ପଞ୍ଜୀକୃତ ହୋଇଛି। ସଲ୍ଲୁ ଆଗକୁ ଗାଲାକ୍ସି ଛାଡି ନୂଆ ଘରକୁ ଶିଫ୍ଟ ହେବେ।

ସଲମାନ ଖାନ ୧୯୭୪ ମସିହାରୁ ଗାଲାକ୍ସି ଆପାର୍ଟମେଣ୍ଟରେ ରହୁଛନ୍ତି। ସେଠାରେ ସେ ତାଙ୍କ ମା’ବାପାଙ୍କ ସହିତ ରହୁଛନ୍ତି। ତାଙ୍କ ଭାଇ ଅରବାଜ ନିଜ ପରିବାର ସହିତ ଏକ ପୃଥକ ମହଲାରେ ରହୁଛନ୍ତି। ଦୀର୍ଘ ଦିନ ଧରି, କୃଷ୍ଣସାର ମୃଗ ଶିକାର ମାମଲା ଯୋଗୁ ସଲମାନଙ୍କୁ ଲରେନ୍ସ ବିଷ୍ନୋଇ ଟାର୍ଗେଟ କରିଛନ୍ତି ଏବଂ ତାଙ୍କୁ ହତ୍ୟା ଧମକ ମିଳିଛି। ୨୦୨୪ରେ, ଦୁଇଜଣ ବାଇକ ଆପାର୍ଟମେଣ୍ଟ ବାହାରେ ଗୁଳି ଚଳାଇଥିଲେ। ଏହି ଘଟଣା ପରେ ସଲମାନଙ୍କ ସୁରକ୍ଷାକୁ Y+ ବର୍ଗକୁ ଉନ୍ନୀତ କରାଯାଇଥିଲା। ଏହା ସହିତ, ତାଙ୍କ ବାଲକୋନିକୁ ବୁଲେଟପ୍ରୁଫ କାଚ ଦ୍ୱାରା ସୁରକ୍ଷିତ କରାଯାଇଛି। କୁହାଯାଉଛି ଯେ, ସେ ବର୍ତ୍ତମାନ ତାଙ୍କର ନୂଆ ଘର ନିର୍ମାଣ କରୁଥିବା ସ୍ଥାନଟି ଉଚ୍ଚମାନର ସୁରକ୍ଷା ପ୍ରଦାନ କରିବ।

 

Dharitri – Odisha’s No.1 Odia Daily

 

Share
Tags: salman khan