ବିମାବନ୍ଦରରେ ସଲମାନଙ୍କୁ ଅଟକାଇଦେଲେ ସିଆଇଏସ୍‌ଏଫ୍‌ ଅଧିକାରୀ; କହିଲେ…

ବମ୍ବେ: ବିମାନବନ୍ଦରରେ ଦବଙ୍ଗ ଖାନ୍‌ ସଲମାନଙ୍କୁ ରୋକିଲେ ସିଆଇଏସ୍‌ଏଫ୍‌ ଅଧିକାରୀ। ଏପରି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ‘ଟାଇଗର ୩’ ଶୁଟିଂ ପାଇଁ ରୁଷିଆ ଯାଉଥିବା ବେଳେ ଘଟଣା ଘଟିଥିବା ଜଣାପଡ଼ିଛି।

ବମ୍ବେରେ ଫିଲ୍ମର କିଛି ଭାଗର ଶୁଟିଂ ପୂରଣ କରିବା ପରେ ମୁଖ୍ୟ ଅଭିନେତ୍ରୀ କଟ୍ରିନା କୈଫଙ୍କ ସହ ରୁଷିଆ ବାହାରିଯାଇଛନ୍ତି ସଲମାନ। ଏହାକୁ ନେଇ ସେ ଗୁରୁବାର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ଇନ୍ସପେକ୍ଟର ତାଙ୍କୁ ଅଟକାଇଦେଇଥିଲେ। ଏପରିକି ଯାଞ୍ଚ ପରେ ଭିତରକୁ ଯାଇପାରିବେ ବୋଲି କହିଥିଲେ। ଭାଇରାଲ ଭୈୟାନୀ ନିଜର ଇନଷ୍ଟାଗ୍ରାମରେ ଏହାର ଭିଡିଓ ଶେୟାର କରିଥିଲେ।

ଭିଡିଓଟି ଏବେ ବେଶ ଭାଇରାଲ ହେଉଥିବା ବେଳେ ଲୋକମାନେ ସିଆଇଏସ୍‌ଏଫ୍‌ ଅଧିକାରୀଙ୍କ ପ୍ରଶଂସା କରୁଛନ୍ତି। କେହି କେହି ତାଙ୍କର ଡ୍ୟୁଟିର ତ କେହି ତାଙ୍କ ଲୁକ୍‌ର ପ୍ରଶଂସା କରୁଛନ୍ତି।

ତେବେ ସଲମାନ ଟାଇଗର ସିରିଜକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସିରିଜର ପ୍ରଥମ ଦୁଇଟି ଫିଲ୍ମକୁ ପ୍ରଶଂସକ ପସନ୍ଦ କରିଥିଲେ। ଏବେ ଟାଇଗର-୩ର ଶୁଟିଂ ଜାରି ରହିଛି। ପୁଣିଥରେ ପୂର୍ବ ପ୍ରେମିକା କଟ୍ରିନାଙ୍କ ସହ ନଜର ଆସିବେ ସଲମାନ। ଜବରଦସ୍ତ ଆକ୍ସନ ସାଙ୍ଗକୁ ଉଭୟଙ୍କ ରୋମାନ୍ସ ଦେଖିବାକୁ ମିଳିବ।

Share