ବୁଲେଟ୍‌ ପ୍ରୁଫ୍‌ କାର୍‌ କିଣିଲେ ସଲମାନ୍‌

ବମ୍ବେ: ବଲିଉଡ୍‌ର ଦବଙ୍ଗ ଖାଁ ସଲମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ଏଥିନେଇ ତାଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଆଖପାଖରେ ସୁରକ୍ଷାକର୍ମୀଙ୍କ ସହ ସଲମାନଙ୍କୁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରଖିବାକୁ ଅନୁମତି ମିଳିସାରିଛି। ଏବେ କିନ୍ତୁ ଆଉ ଏକ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ଯେଉଁଟି ହେଲା ସଲମାନ ନିଜର ଟୋୟୋଟା ଲ୍ୟାଣ୍ଡ କ୍ରୁଜ୍‌ରକୁ ଅପ୍‌ଡେଟ୍‌ କରିଛନ୍ତି। ଏଥିରେ ବୁଲେଟ୍‌ପ୍ରୁଫ୍‌ ସ୍କ୍ରିନ୍‌ ଲଗାଯାଇଛି। ମୁମ୍ବାଇ ବିମାନବନ୍ଦରରେ ସୋମବାର ସଲମାନଙ୍କୁ ଦେଖାଯାଇଥିଲା। ସଲମାନ ନିଜର ବୁଲେଟ୍‌ ପ୍ରୁଫ୍‌ ଗାଡ଼ିରୁ ବାହାରିଥିଲେ। ଏହି ଗାଡ଼ିର ମୂଲ୍ୟ ୧.୫ କୋଟି ବୋଲି କୁହାଯାଉଛି।

କହିରଖୁଛୁ, ଗ୍ୟାଙ୍ଗଷ୍ଟରଠାରୁ ଧମକ ମିଳିବା ପରେ ସଲମାନ ପାଖରେ ବନ୍ଧୁକ ରଖିବା ଲାଗି ଲାଇସେନ୍ସ ପାଇଁ ମୁମ୍ବାଇ ପୋଲିସ ନିକଟକୁ ଯାଇଥିଲେ। ଜୁଲାଇ ୨୨ରେ ସେ ଏଥିନେଇ କମିଶନର ବିବେକ ଫଣସାଲକରଙ୍କୁ ଭେଟିଥିଲେ। ପୂର୍ବରୁ ସଲମାନଙ୍କ ବାପାଙ୍କୁ ସକାଳ ଭ୍ରମଣ କରିବା ସମୟରେ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ସେଥିରେ ସଲମାନଙ୍କ ଅବସ୍ଥା ସିଦ୍ଧୁ ମୁସଓ୍ବୋଲା ଭଳି କରିଦିଆଯିବ ବୋଲି ଉଲ୍ଲେଖ ଥିଲା। ଚିଠି ମିଳିବା ପରେ ସଲୀମ ଖାନ ପୋଲିସ ପାଖକୁ ଯାଇ ଅଭିଯୋଗ କରିଥିଲେ। ସେବେଠାରୁ ପୋଲିସ ଘଟଣାର ତଦନ୍ତ କରୁଛି।

Share