ଚାଷ କରି ହାଲିଆ ହେଲେଣି ସଲମାନ୍‌: ଫଟୋ ଶେୟାର ପରେ ଲୋକେ କହୁଛନ୍ତି ଏଭଳି କିଛି

ବମ୍ବେ: ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ ଦୀର୍ଘ ଦିନ ଧରି ନିଜ ଫାର୍ମହାଉସ୍‌ରେ ଫସି ରହିଛନ୍ତି। ଲକ୍‌ଡାଉନ୍‌ ପୂର୍ବରୁ ସେ ଛୁଟି କଟାଇବାକୁ ଯାଇଥିଲେ। ଇତିମଧ୍ୟରେ ଅନେକ ମାସ ବିତିଲାଣି। ଗୋଟିଏ ପଟେ ମହାରାଷ୍ଟ୍ରରେ ଦିନକୁ ଦିନ କରୋନା ପଜିଟିଭ୍‌ ମାମଲା ବଢ଼ିବାରେ ଲାଗିଥିବା ବେଳେ ଭାଇଜାନ ସୁରକ୍ଷିତ ଭାବେ ଦିନ କାଟୁଛନ୍ତି। କେବଳ ସେତିକି ନୁହେଁ ଫାର୍ମହାଉସ୍‌ରେ ପ୍ରତିଟି ଦିନକୁ ଭଲରେ କାଟୁଛନ୍ତି।

ବିଗତ ଦିନରେ ସଲମାନ ଦୁଇଟି ଗୀତ ସେଠାରେ ଶୁଟିଂ କରିଥିଲେ। ଏହା ବେଶ୍‌ ଭାଇରାଲ ହୋଇଥିଲା। ଏବେ ସେ ଚାଷ କରୁଛନ୍ତି। ସୋସିଆଲ ପୃଷ୍ଠାରେ ଏହାର ଫଟୋ ସେ ଶେୟାର କରୁଛନ୍ତି। ଏବେ ଏଭଳି ଏକ ଫଟୋ ଚର୍ଚ୍ଚାରେ। କାଦୁଅ ଲଟପଟ ଅବସ୍ଥାରେ ସଲମାନ ବିଲରେ ବସିଥିବା ଦେଖିବାକୁ ମିଳୁଛି। ପରିଶ୍ରମ କରି ସେ ଚାଷ କରୁଥିବା ସ୍ପଷ୍ଟ ହୋଇଛି। ଏହି ଫଟୋକୁ ସେ କୃଷକମାନଙ୍କୁ ସମର୍ପିତ କରିଛନ୍ତି। ଏହା ଦେଖି ପ୍ରଶଂସକମାନେ ‘ଖୁନ୍‌ ମେ ତେରେ ମିଟ୍ଟି’ ମିଟ୍ଟି ମେ ତେରେ ଖୁନ୍‌’ ଲେଖିଛନ୍ତି। ସେହିଭଳି କିଛି କଟାକ୍ଷ କରୁଥିବା ମଧ୍ୟ ଦେଖାଯାଇଛି।

Share