ମହାରାଷ୍ଟ୍ର ବନ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇଲେ ସଲମାନ

ମୁମ୍ବାଇ: ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବଲିଉଡ୍ ସେଲିବ୍ରିଟିମାନେ ସହାୟତାର ହାତ ବଢାଇଥିବା କଥା ପୂର୍ବରୁ ଜଣାଅଛି । ନିକଟରେ ସୋନୁ ସୁଦ ଏ ଦିଗରେ ଟିକେ ଆଗୁଆ ବୋଲି ସମସ୍ତେ ଜାଣନ୍ତି । ଏବେ ସହାୟତା ଯୋଗାଇ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍ ଭାଇଜାନ୍ ସଲମାନ ଖାଁ । ମହାରାଷ୍ଟ୍ର ବନ୍ୟା ପୀଡ଼ିତଙ୍କ ପାଇଁ ଏବେ ୫ ଟ୍ରକ ଆବଶ୍ୟକ ସାମଗ୍ରୀ ପଠାଇଛନ୍ତି ସଲମାନ । ଏଥିରେ ସେ ୫୦୦ ରାଶନ କିଟ୍ ପଠାଇଥିବା ଜଣାପଡିଛି । ଯେଉଁଥିରେ ରହିଛି, ଚାଉଳ, ଗହମ, ଡାଲି, ଅଟା,ଚା’ପତି, ମସଲା, ସାନିଟାରୀ ନାପକିନ ଓ ବିସ୍କୁଟ । ସଲମାନ ଆହୁରି ମଧ୍ୟ ଶିବସେନା ନେତା ରାହୁଲ କନାଲଙ୍କୁ କହିଛନ୍ତି ଆଗକୁ ବି ସେ ସାହାଯ୍ୟ କରିବାକୁ ଚାହାନ୍ତି । ତେଣୁ ଲୋକଙ୍କ ଆବଶ୍ୟକତା ସମ୍ପର୍କରେ ତାଙ୍କୁ ଜଣାଇଲେ ସେ ସାହାଯ୍ୟ କରିବେ । ସୂଚନାଯୋଗ୍ୟ, ନିକଟରେ ବଲିଉଡ୍ ଅଭିନେତା ସୋନୁ ସୁଦ ଓ ତାଙ୍କ ଟିମ୍ ବନ୍ୟା ପୀଡ଼ିତଙ୍କୁ ସହାୟତା ଯୋଗାଇ ଦେଇଥିଲେ ।

Share