‘ରାଜ କୁନ୍ଦ୍ରା ବି ବୁଝିସାରିଥିବେ’; ସଲମାନ୍‌ ଖାନ୍‌ଙ୍କ ମୁହଁରୁ ଭିଣୋଇଙ୍କ କଥା ଶୁଣି…

ବମ୍ବେ: ପର୍ନ ଫିଲ୍ମ ନିର୍ମାଣ ମାମଲାରେ ଛନ୍ଦି ହୋଇ ଜେଲରେ ଥିଲେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଏବେ ସେ ଜାମିନରେ ମୁକୁଳିଥିଲେ ହେଁ ତାଙ୍କୁ ନେଇ ଆଲୋଚନା ଆଜି ବି ଥମି ନାହିଁ। ଶିଳ୍ପାଙ୍କ ଭଉଣୀ ସମିତା ଏବେ ବିଗ୍‌ବସ୍‌ ୧୫ ଘରେ ରହିଛନ୍ତି। ଶୋ’ ହୋଷ୍ଟ କରୁଛନ୍ତି ସଲମାନ। ଶନିବାର ପ୍ରସାରିତ ଓ୍ବିକ୍‌ଏଣ୍ଡ କା ବାର୍‌ ଏପିସୋଡ୍‌କୁ ନେଇ ସମିତାଙ୍କ ବଦଳରେ ରାଜ କୁନ୍ଦ୍ରା ପୁଣି ଚର୍ଚ୍ଚାରେ। କାରଣଟି କିଛି ଏଭଳି।

ସପ୍ତାହଯାକରେ ପ୍ରତିଯୋଗୀମାନଙ୍କ ବ୍ୟବହାରକୁ ନେଇ ସଲମାନ ପ୍ରତିକ୍ରିୟା ରଖିଥାନ୍ତି। କାହାକୁ ସେ ସୁଧୁରିଯିବାକୁ ଟିପ୍ସ ଦିଅନ୍ତି ତ କାହାକୁ ପ୍ରଶଂସା ମଧ୍ୟ କରନ୍ତି। ଏହି କ୍ରମରେ ଏପିସୋଡରେ ସେ ପ୍ରତିଯୋଗୀ ନିଶାନ୍ତ ଭଟ୍ଟଙ୍କୁ ଗାଳି କରିଥିଲେ। ଏହି ସମୟରେ ରାଜ୍‌ଙ୍କ କଥା ଉଠାଇଥିଲେ। ଅନ୍ୟତମ ପ୍ରତିଯୋଗୀ କରନ୍‌ କୁନ୍ଦ୍ରାଙ୍କ କଥା କହୁ କହୁ ସେ ‘ଏବେ ରାଜ କୁନ୍ଦ୍ରା ବି ବୁଝିସାରିବେଣି’ ବୋଲି କହିଥିଲେ। ଭିଣେଇଙ୍କ ନାମ ସଲମାନଙ୍କ ପାଟିରୁ ଶୁଣି ସମିତା ଚକିତ ହୋଇ ଯାଇଥିଲେ।

କହିରଖୁଛୁ, ସମିତା ବିଗ୍‌ବସ୍‌ ଓଟିଟି ପ୍ରତିଯୋଗୀ ଥିଲେ। ସେଠାରୁ ଏବେ ସେ ମୁଖ୍ୟ ଘରେ ପ୍ରବେଶ କରିଛନ୍ତି। ଗତ ଥରଠାରୁ ତାଙ୍କ ପ୍ରଦର୍ଶନ ଭଲ ରହିଛି। ସେ ଚଳିତ ସପ୍ତାହରେ ଘରର କ୍ୟାପ୍‌ଟେନ୍‌ ମଧ୍ୟ ନିଯୁକ୍ତ ହୋଇଛନ୍ତି।

Share