ଦୁବାଇରେ ଅଛନ୍ତି ସଲମାନ ଖାନ୍‌ଙ୍କ ସ୍ତ୍ରୀ, ୧୭ ବର୍ଷର ଝିଅ!

ବଲିଉଡ ଅଭିନେତା ସଲମାନ ଖାନଙ୍କ ପ୍ରେମ ସମ୍ପର୍କକୁ ନେଇ ପ୍ରାୟତଃ ଚର୍ଚ୍ଚା ହୋଇଥାଏ। ସେ କେବେ ବିବାହ କରିବେ ତାକୁ ନେଇ ମଧ୍ୟ ଅନେକ ଆଲୋଚନା ହୁଏ। ନିକଟରେ ତାଙ୍କୁ ଜଣେ ୟୁଜର୍ସ ବିବାହକୁ ନେଇ ଟ୍ରୋଲ କରିଛନ୍ତି। ତାଙ୍କ ଭାଇ ଅରବାଜ ଖାନଙ୍କ ଶୋ’ ‘ପିଞ୍ଚ’ର ଦ୍ୱିତୀୟ ସିଜିନର ପ୍ରିମିୟରରେ ପହଞ୍ଚିଥିଲେ। ଜୁଲାଇ ୨୧ରୁ ଏହି ଶୋ’ର ପ୍ରଥମ ଅତିଥି ହେଉଛନ୍ତି ତାଙ୍କ ବଡ଼ ଭାଇ ସଲମାନ ଖାନ। ଏହି ଶୋ’ର ଫର୍ମାଟ ଅନୁଯାୟୀ, ଲୋକଙ୍କ ଟୁଇଟ୍‌ର ଉତ୍ତର ଅତିଥିଙ୍କୁ ଦେବାକୁ ପଡିବ। ସେହି ଅନୁସାେରେ ଜଟେ ୟୁଜର୍ସ ଟୁଇଟ୍‌ କରିଥିଲେ ଯେ, ସଲମାନ ଗୁପ୍ତ ବିବାହ କରିଛନ୍ତି। ତାଙ୍କ ପରିବାର ଦୁବାଇରେ ରହୁଛନ୍ତି। ଦୁବାଇରେ ତାଙ୍କ ସ୍ତ୍ରୀ ନୁର୍‌ ଏବଂ ୧୭ ବର୍ଷର ଝିଅ ରହୁଛନ୍ତି। ପ୍ରଥମେ ସଲମାନ ଏଥିରେ ଆଶ୍ଚର୍ଯ୍ୟ ହୋଇଥିଲେ। ତା’ପରେ କହିଥିଲେ ଏହା କାହା ପାଇଁ?
ଏହାପରେ ଅରବାଜ ତାଙ୍କୁ ନିଶ୍ଚିତ କରିଥିଲେ ଯେ ଏହି ମନ୍ତବ୍ୟ ତାଙ୍କ ଉପରେ ଅଛି, ସଲମାନ ହିନ୍ଦୀରେ କହିଥିଲେ ଯେ, ଏହି ଲୋକମାନେ ବହୁତ କିଛି ଜାଣନ୍ତି। ଏସବୁ ଭୁଲ୍‌ କଥା। ମୁଁ ଜାଣେ ନାହିଁ, ସେ କାହା ବିଷୟରେ କହୁଛନ୍ତି ଏବଂ କେଉଁଠାରେ ପୋଷ୍ଟ କରିଛନ୍ତି। ଯିଏ ଏହା, ଭାବୁଛି ମୁଁ ତାଙ୍କୁ ଉତ୍ତର ଦେବାକୁ ଯାଉଛି। ଭାଇ ମୋର କୌଣସି ପତ୍ନୀ ନାହ। ମୁଁ ଭାରତରେ ରହେ, ୯ ବର୍ଷ ବୟସରୁ ଗାଲାକ୍ସି ଆପାର୍ଟମେଣ୍ଟରେ ରହୁଛି। ମୁଁ ଏହି ବ୍ୟକ୍ତିଙ୍କୁ ଉତ୍ତର ଦେବାକୁ ଚାହୁଁ ନାହିଁ, ମୁଁ କେଉଁଠାରେ ରହେ ତାହା ସମଗ୍ର ଭାରତ ଜାଣେ।

Share