ଦୀପିକାଙ୍କଠାରୁ ପ୍ରିୟଙ୍କା; ସର୍ବସମ୍ମୁଖରେ ଏସବୁ ଅଭିନେତ୍ରୀଙ୍କ ଅପମାନ କରିଛନ୍ତି ସଲମାନ୍‌

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ନିଜର ମଜାଳିଆ ସ୍ବଭାବକୁ ନେଇ ବେଶ୍‌ ପରିଚିତ। ପ୍ରଶଂସକମାନଙ୍କୁ ମଧ୍ୟ ତାଙ୍କର ଏହି ସ୍ବଭାବ ବେଶ ପସନ୍ଦ ଆସିଥାଏ। ହେଲେ ଅନେକ ସମୟରେ ସେ ମଜା କରୁ କରୁ କଟାକ୍ଷ କରିବା ଭଳି ଅନେକ କଥା କହିଦିଅନ୍ତି। ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି। ଏହିଭଳି ଘଟଣାକ୍ରମରେ ସେ ଅନେକ ଥର ସର୍ବସମ୍ମୁଖରେ ବଲିଉଡ୍‌ର କିଛି ଅଭିନେତ୍ରୀଙ୍କ ଅପମାନ କରିଛନ୍ତି। ଆସନ୍ତୁ ଜାଣିବା:-

ଦୀପିକା ପାଦ୍ୟୁକୋନ୍‌: ଫିଲ୍ମ ଛପାକ୍‌ର ପ୍ରମୋଶନ ପାଇଁ ଦୀପିକା ସଲମାନଙ୍କ ବିବାଦୀୟ ଶୋ’ ‘ବିଗ୍‌ ବସ୍‌’କୁ ଅତିଥି ଭାବେ ଯାଇଥିଲେ। ଏହି ସମୟରେ ସଲମାନ ମାନସିକ ବିଷାଦ ମୁଦ୍ଦା ଉଠାଇ ଦୀପିକାଙ୍କ ମଜା ଉଡାଇଥିଲେ। ସେତେବେଳେ ଦୀପିକା ଏହି କଥାକୁ ମଜାରେ ନେଇ ଯାଇଥିଲେ ହେଁ କଥା ବେଶ ଚର୍ଚ୍ଚାରେ ରହିଥିଲା।

ପ୍ରିୟଙ୍କା ଚୋପ୍ରା: ଏକଦା ସଲମାନ ପ୍ରିୟଙ୍କାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଟିପ୍ପଣୀ ଦେଇଥିଲେ। ନିଜ ବିବାହ ଯୋଗୁ ପିସି ‘ଭାରତ’ ଫିଲ୍ମ କରିବାକୁ ମନା କରିଦେଇଥିଲେ। ଏହାକୁ ନେଇ ସଲମାନ କହିଥଲେ ‘ ପ୍ରିୟଙ୍କା ଭାରତ ନୁହେଁ ନିକ ଜୋନାସଙ୍କୁ ବାଛିଛନ୍ତି।’

କଟ୍ରିନା କୈଫ: କଟ୍ରିନାଙ୍କ କ୍ୟାରିୟରର ପ୍ରାରମ୍ଭିକ ସମୟରେ ତାଙ୍କ ନାମ ସଲମାନଙ୍କ ସହ ଯୋଡ଼ାଯାଉଥିଲା। ଏହାର କିଛି ବର୍ଷ ପରେ ରଣବୀର କପୁରଙ୍କୁ ସେ ଡେଟ୍‌ କରିଥିଲେ। ଏକଦା ସଲମାନ କଟ୍ରିନାଙ୍କୁ ମିସ୍‌ କଟ୍ରିନା ନାମରେ ଡାକିବା ସହ ଆଉ କେତେ ତଳକୁ ଖସିବ ବୋଲି କହିଥିଲେ।

କଙ୍ଗନା ରାଣାଓ୍ବତ: କଙ୍ଗନା ଫିଲ୍ମ ପଙ୍ଗାର ପ୍ରମୋଶନ ପାଇଁ ବିଗ୍‌ ବସ୍‌ ଯାଇଥିଲେ। ସେତେବେଳେ ସଲମାନ ତାଙ୍କୁ ଝଗଡ଼ା କରିବା ଏବଂ କରାଇବାରେ ଏକ୍ସପର୍ଟ ଲୋକ ବୋଳି କହିଥିଲେ।

ଜୁହି ଚାଓ୍ବଲା: ଏକଦା ଜୁହି ସଲମାନଙ୍କ ଶୋ’ରେ ନଜର ଆସିଥିଲେ। ସେତେବେଳେ ସଲମାନ ଜୁହିଙ୍କ ସହ କାମ ନକରିବାକୁ ନେଇ ଅନେକ କିଛି କହିଥିଲେ। ଜୁହି ଏବେ ତାଙ୍କ ସହ କାମ କରିବେ ବୋଲି ହଁ ଭରିଥିଲେ। ହେଲେ ଜବାବରେ ସଲମାନ ତାଙ୍କ ବୟସକୁ ନେଇ ମଜା ଉଡାଇଥିଲେ। ଜୁହି ତାଙ୍କ ମା’ଙ୍କ ଭୂମିକାରେ ଅଭିନୟ କରିପାରିବେ ବୋଲି କହିଥିଲେ।

Share