ଦୀପିକାଙ୍କଠାରୁ ପ୍ରିୟଙ୍କା; ସର୍ବସମ୍ମୁଖରେ ଏସବୁ ଅଭିନେତ୍ରୀଙ୍କ ଅପମାନ କରିଛନ୍ତି ସଲମାନ୍‌

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ନିଜର ମଜାଳିଆ ସ୍ବଭାବକୁ ନେଇ ବେଶ୍‌ ପରିଚିତ। ପ୍ରଶଂସକମାନଙ୍କୁ ମଧ୍ୟ ତାଙ୍କର ଏହି ସ୍ବଭାବ ବେଶ ପସନ୍ଦ ଆସିଥାଏ। ହେଲେ ଅନେକ ସମୟରେ ସେ ମଜା କରୁ କରୁ କଟାକ୍ଷ କରିବା ଭଳି ଅନେକ କଥା କହିଦିଅନ୍ତି। ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି। ଏହିଭଳି ଘଟଣାକ୍ରମରେ ସେ ଅନେକ ଥର ସର୍ବସମ୍ମୁଖରେ ବଲିଉଡ୍‌ର କିଛି ଅଭିନେତ୍ରୀଙ୍କ ଅପମାନ କରିଛନ୍ତି। ଆସନ୍ତୁ ଜାଣିବା:-

ଦୀପିକା ପାଦ୍ୟୁକୋନ୍‌: ଫିଲ୍ମ ଛପାକ୍‌ର ପ୍ରମୋଶନ ପାଇଁ ଦୀପିକା ସଲମାନଙ୍କ ବିବାଦୀୟ ଶୋ’ ‘ବିଗ୍‌ ବସ୍‌’କୁ ଅତିଥି ଭାବେ ଯାଇଥିଲେ। ଏହି ସମୟରେ ସଲମାନ ମାନସିକ ବିଷାଦ ମୁଦ୍ଦା ଉଠାଇ ଦୀପିକାଙ୍କ ମଜା ଉଡାଇଥିଲେ। ସେତେବେଳେ ଦୀପିକା ଏହି କଥାକୁ ମଜାରେ ନେଇ ଯାଇଥିଲେ ହେଁ କଥା ବେଶ ଚର୍ଚ୍ଚାରେ ରହିଥିଲା।

ପ୍ରିୟଙ୍କା ଚୋପ୍ରା: ଏକଦା ସଲମାନ ପ୍ରିୟଙ୍କାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଟିପ୍ପଣୀ ଦେଇଥିଲେ। ନିଜ ବିବାହ ଯୋଗୁ ପିସି ‘ଭାରତ’ ଫିଲ୍ମ କରିବାକୁ ମନା କରିଦେଇଥିଲେ। ଏହାକୁ ନେଇ ସଲମାନ କହିଥଲେ ‘ ପ୍ରିୟଙ୍କା ଭାରତ ନୁହେଁ ନିକ ଜୋନାସଙ୍କୁ ବାଛିଛନ୍ତି।’

କଟ୍ରିନା କୈଫ: କଟ୍ରିନାଙ୍କ କ୍ୟାରିୟରର ପ୍ରାରମ୍ଭିକ ସମୟରେ ତାଙ୍କ ନାମ ସଲମାନଙ୍କ ସହ ଯୋଡ଼ାଯାଉଥିଲା। ଏହାର କିଛି ବର୍ଷ ପରେ ରଣବୀର କପୁରଙ୍କୁ ସେ ଡେଟ୍‌ କରିଥିଲେ। ଏକଦା ସଲମାନ କଟ୍ରିନାଙ୍କୁ ମିସ୍‌ କଟ୍ରିନା ନାମରେ ଡାକିବା ସହ ଆଉ କେତେ ତଳକୁ ଖସିବ ବୋଲି କହିଥିଲେ।

କଙ୍ଗନା ରାଣାଓ୍ବତ: କଙ୍ଗନା ଫିଲ୍ମ ପଙ୍ଗାର ପ୍ରମୋଶନ ପାଇଁ ବିଗ୍‌ ବସ୍‌ ଯାଇଥିଲେ। ସେତେବେଳେ ସଲମାନ ତାଙ୍କୁ ଝଗଡ଼ା କରିବା ଏବଂ କରାଇବାରେ ଏକ୍ସପର୍ଟ ଲୋକ ବୋଳି କହିଥିଲେ।

ଜୁହି ଚାଓ୍ବଲା: ଏକଦା ଜୁହି ସଲମାନଙ୍କ ଶୋ’ରେ ନଜର ଆସିଥିଲେ। ସେତେବେଳେ ସଲମାନ ଜୁହିଙ୍କ ସହ କାମ ନକରିବାକୁ ନେଇ ଅନେକ କିଛି କହିଥିଲେ। ଜୁହି ଏବେ ତାଙ୍କ ସହ କାମ କରିବେ ବୋଲି ହଁ ଭରିଥିଲେ। ହେଲେ ଜବାବରେ ସଲମାନ ତାଙ୍କ ବୟସକୁ ନେଇ ମଜା ଉଡାଇଥିଲେ। ଜୁହି ତାଙ୍କ ମା’ଙ୍କ ଭୂମିକାରେ ଅଭିନୟ କରିପାରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri