୩୩ ବର୍ଷ ହେବ ଇଣ୍ଡଷ୍ଟ୍ରିରେ ରାଜ୍‌ କରୁଛନ୍ତି ସଲମାନ୍‌: ମୋଟ ସମ୍ପତ୍ତି ଜାଣିଲେ…

ବଲିଉଡର ଦବଙ୍ଗ ସଲମାନ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ୩୩ ବର୍ଷ ପୂରଣ କରିଛନ୍ତି। ଫିଲ୍ମ ‘ମେନେ ପ୍ୟାର କିୟା’ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଭାଇଜାନ ନାମରେ ପ୍ରଶଂସକଙ୍କ ମଧ୍ୟରେ ପ୍ରସିଦ୍ଧ ସଲମାନ ଆଜି ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଦାମୀ ସେଲିବ୍ରିଟିମାନଙ୍କ ମଧ୍ୟରୁ ଅନ୍ୟତମ। ସଲମାନ ୩୦୦୦ କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି।
ସଲମାନ ତାଙ୍କ ପରିବାର ସହିତ ମୁମ୍ବାଇର ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି। ସମୁଦ୍ର ନିକଟରେ ଥିବା ଏହି ତିନି ମହଲା ଆପାର୍ଟମେଣ୍ଟର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ବୋଲି କୁହାଯାଉଛି। ଗାଲାକ୍ସି ଆପାର୍ଟମେଣ୍ଟ ସଲମାନ ଖାନଙ୍କ ଏକମାତ୍ର ଘର ନୁହେଁ। ସେ ମହାରାଷ୍ଟ୍ରର ପାନଭେଲରେ ୧୫୦ ଏକରରୁ ଅଧିକ ବିସ୍ତାରିତ ଏକ ଫାର୍ମ ହାଉସର ମାଲିକ ଅଟନ୍ତି। ଏହାର ମୂଲ୍ୟ ପାଖାପାଖି ୮୦ କୋଟି ଟଙ୍କା। ଏହି ଫାର୍ମ ହାଉସରେ ସମସ୍ତ ସୁବିଧା ଉପଲବ୍ଧ ଅଛି ଯେପରିକି ଜିମ, ସୁଇମିଂ ପୁଲ, ବଗିଚା ଅଛି। କେବଳ ଏତିକି ନୁହେଁ, ଦୁବାଇର ବୁର୍ଜ ଖଲିଫା ନିକଟରେ ମଧ୍ୟ ସଲମାନଙ୍କ ଏକ ଫ୍ଲାଟ୍‌ ଅଛି। ଏହାଛଡା ଦିଲ୍ଲୀ, ନୋଏଡା ଏବଂ ଚଣ୍ଡିଗଡ଼ ଭଳି ସ୍ଥାନରେ ସଲମାନଙ୍କର ମଧ୍ୟ ଅନେକ ଜମି ରହିଛି।
ସଲମାନଙ୍କ ରୋଜଗାରର ମୁଖ୍ୟ ଉତ୍ସ ହେଉଛି ଫିଲ୍ମ। ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୬୦ କୋଟି ଟଙ୍କା ନିଅନ୍ତି। ଫିଲ୍ମ ବ୍ୟତୀତ ସଲମାନ ବିଜ୍ଞାପନ, ବ୍ରାଣ୍ଡ ପ୍ରମୋଶନ, ନିବେଶ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ଭଲ ରୋଜଗାର କରନ୍ତି। ସଲମାନଙ୍କର ନିଜର ବ୍ରାଣ୍ଡ ଅଛି। ସେ ଅନ୍ୟାନ୍ୟ ବ୍ରାଣ୍ଡର ଆମ୍ବାସାଡର ମଧ୍ୟ ଅଛନ୍ତି। ଏଥିପାଇଁ ସେ ୮-୧୦ କୋଟିରୁ ଅଧିକ ଚାର୍ଜ କରନ୍ତି।
ସଲମାନ ବିଳାସପୂର୍ଣ୍ଣ କାରକୁ ଭଲ ପାଆନ୍ତି। ତାଙ୍କର ଅନେକ ଦାମୀ କାର୍‌ ଅଛି। ସଲମାନଙ୍କ ପାଖରେ ଅଡି, ବେଣ୍ଟଲି, ରୋଲ୍ସ ରୟାଲ ଏବଂ ମର୍ସିଡିଜ ଭଳି ଅନେକ ଦାମୀ କାର ଅଛି।
ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ଟାଇଗର-୩’ ଏବଂ ‘କଭି ଇଦ କଭି ଦିୱାଲୀ’ ଖୁବ୍‌ଶୀଘ୍ର ପରଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri