ଟୟଲେଟ ମଗରେ ଚା’ ପିଉଥିଲେ ସଲମାନ୍‌ ଖାନ୍‌

ବଲିଉଡ୍‌ର ଚୁଲବୁଲ ପାଣ୍ଡେ ସଲମାନ୍‌ ଖାନ୍‌ଙ୍କ ଜନ୍ମଦିନ ପାଖେଇ ଆସିଲାଣି। ୨୭ ଡିସେମ୍ବରରେ ସେ ୫୫ ବର୍ଷର ହୋଇଯିବେ। କିନ୍ତୁ ଚଳିତ ବର୍ଷ ସେ ନିଜର ଜନ୍ମଦିନ ପାଳନ କରିବେ ନାହିଁ। କାରଣ ସେ ଉକ୍ତ ସମୟରେ ତାଙ୍କର ଏକ ଫିଲ୍ମର ଶୁଟିଂରେ ବ୍ୟସ୍ତ ରହିବେ ବୋଲି ଜଣାପଡ଼ିଛି।
ସଲମାନ୍‌ଙ୍କ ଷ୍ଟାରଡମ୍‌ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି। ସେ ହେଉଛନ୍ତି ବଲିଉଡ୍‌ର ସବୁଠାରୁ ପ୍ରସିଦ୍ଧ ଏବଂ ସଫଳ ଅଭିନେତା। କିନ୍ତୁ ଏକ ସମୟରେ ତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। କଳା ହରିଣ ହତ୍ୟା ଅଭିଯୋଗରେ ସଲମାନ୍‌ ଗିରଫ ହୋଇ କିଛି ଦିନ ଜେଲରେ ବିତାଇଥିଲେ। ଏହି ସମୟରେ ତାଙ୍କୁ ଅନେକ କଷ୍ଟ ମଧ୍ୟ ସହିବାକୁ ପଡ଼ିଥିଲା।
ଏକ ସାକ୍ଷାତକାରରେ ସଲମାନ୍‌ କହିଥିଲେ ଯେ, ଜେଲରେ ରହିବା ସମୟ ବହୁତ କଷ୍ଟକର ଥିଲା। ବିଶେଷ କରି ତାଙ୍କର ଶୈଚାଳୟ ପାଇଁ ଅଧିକ ଟେନ୍‌ସନ୍‌ ଥିଲା। କାରଣ ଗୋଟିଏ ରୁମ୍‌ରେ ୯ରୁ ୧୦ଜଣ ଲୋକ ରହୁଥିଲେ। ସମସ୍ତଙ୍କ ପାଇଁ କେବଳ ଗୋଟିଏ ବାଥ୍‌ରୁମ୍‌ ଓ ଟୟଲେଟ ରହୁଥିଲା। ଯେଉଁ ମଗରେ ସେ ଚା’ ପିଉଥିଲେ ଏବଂ ଡାଲି ଖାଉଥିଲେ ସେହି ମଗକୁ ସେ ଟୟଲେଟରେ ବ୍ୟବହାର କରୁଥିଲେ ବୋଲି କହିଥିଲେ।

Share