ମୁମ୍ବାଇରେ ୧୯ ମହଲା ବିଶିଷ୍ଟ ହୋଟେଲ ନିର୍ମାଣ କରିବେ ସଲମାନ

ମୁମ୍ବାଇ: ଗତ ୧୦୦ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ସିନେମା ଇଣ୍ଡଷ୍ଟ୍ରିରେ ଏକରୁ ଅଧିକ କଳାକାର ଅଛନ୍ତି ଯିଏ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି। ବଲିଉଡର ଭେଟେରାନ ତାରକାମାନେ ଦୀର୍ଘ ଦିନ ଧରି ମୁମ୍ବାଇରେ ଲକ୍ଷ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ବିନିଯୋଗ ଏବଂ କ୍ରୟ କରିଆସୁଛନ୍ତି। ପ୍ରତିଦିନ ତାରକାମାନେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଏବଂ ବଙ୍ଗଳା କିଣୁଛନ୍ତି। ସେଥିମଧ୍ୟରୁ ଜଣେ ହେଉଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ। ସଲମାନ ଖାନଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ରିପୋର୍ଟରେ କୁହାଯାଇଛି,ସଲମାନ ନ ମୁମ୍ବାଇର ବାନ୍ଦ୍ରାସ୍ଥିତ କାର୍ଟର ରୋଡରେ ଅବସ୍ଥିତ ଏକ ପ୍ଲଟରେ ହୋଟେଲ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି।

 

ରିପୋର୍ଟ ଅନୁଯାୟୀ, ସଲମାନଙ୍କ ପରିବାର ବାନ୍ଦ୍ରା କାର୍ଟର ରୋଡରେ ହୋଟେଲ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ବିଏମସି ବିଲଡିଂ ଯୋଜନାକୁ ଅନୁମୋଦନ କରିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହା ଏକ ୧୯ ମହଲା ହୋଟେଲ ହେବାକୁ ଯାଉଛି। ଏହି ପ୍ଲଟରେ ପୂର୍ବରୁ ଷ୍ଟାରଲେଟ କୋଅପରେଟିଭ ହାଉସିଂ ସୋସାଇଟି ରହିଥିଲା, ଯେଉଁଠାରେ ଖାନ ପରିବାରର ଆପାର୍ଟମେଣ୍ଟ ଥିଲା । ପ୍ରାରମ୍ଭରେ, ଏହି ସମ୍ପତ୍ତି ଉପରେ ଏକ ହାଉସିଙ୍ଗ୍‌ ସୋସାଇଟି ନିର୍ମାଣ କରିବାକୁ ଯୋଜନା କରାଯାଇଥିଲା, କିନ୍ତୁ ପରେ ଏହାକୁ ପରିବର୍ତ୍ତନ କରାଯାଇଥିଲା ।

Share