ମହାରାଷ୍ଟ୍ର ବନ୍ୟା ପୀଡ଼ିତଙ୍କୁ ସହଯୋଗର ହାତ ବଢାଇଲେ ଭାଇଜାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁ ଅନେକ ସମୟରେ ସହଯୋଗର ହାତ ବଢାଇଥିବା ଦେଖାଯାଇଛି। ଏଥର କିନ୍ତୁ ତାଙ୍କ ସହଯୋଗକୁ ଦେଖିଲେ ଗର୍ବ କରନ୍ତି ତାଙ୍କ ପ୍ରଶଂସକ। କରୋନା ମହାମାରୀ ପାଇଁ ଏବେ ଶୁଟିଂ ବନ୍ଦ ଥିବାରୁ ସେ ତାଙ୍କ ପନଓ୍ବଲ ଫାର୍ମ ହାଉସରେ ସମୟ କାଟୁଛନ୍ତି। ଏହି ସମୟରେ ସେ କିଛି ମ୍ୟୁଜିକ ଭିଡିଓର ଶୁଟିଂ ମଧ୍ୟ କରିଥିବା କୁହାଯାଏ। ତେବେ କରୋନା ଭାଇରସ ସଂକ୍ରମଣରେ ଅସ୍ତବ୍ୟସ୍ତ ହୋଇପଡିଥିବା ମହାରାଷ୍ଟ୍ରବାସୀଙ୍କ ପାଇଁ ଏବେ ପୁଣି ଦାଉ ସାଧିଛି ବର୍ଷା ଆଉ ବନ୍ୟା। ଏଭଳି ସ୍ଥିତିରେ ସଲମାନ ମହାରାଷ୍ଟ୍ରବାସୀଙ୍କୁ ସାହାଯ୍ୟ କରିବାକୁ କଥା ଦେଇଥିଲେ। ଏବେ ସେ ମହାରାଷ୍ଟ୍ରର ବନ୍ୟା ପ୍ରଭାବିତ ଖିଦ୍ରାପୁର ଗାଁରେ ବାସଶୂନ୍ୟ ହୋଇପଡିଥିବା ଲୋକଙ୍କ ପାଇଁ ପାଖାପାଖି ୭୦ଟି ଘର ନିର୍ମାଣ କରିଦେଇଥିବା ଜଣାପଡିଛି। ଏ ସମ୍ପର୍କରେ ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ପାଟିଲ ୟାଦରାଓ୍ବକର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଥିପାଇଁ ସେ ସଲମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏମିତିକି କୋହ୍ଲାପୁର ଜିଲା ଖିଦ୍ରାପୁର ଗାଁରେ ଭୂମି ପୂଜନର କିଛି ଫଟୋ ମଧ୍ୟ ସାସିଆଲ ମିଡିଆରେ ଶେୟାର କରିଛନ୍ତି।

Share