ପୀୟୁଷଙ୍କ ଯୋଗୁ ସଲମାନ୍‌ ଆଜି ସୁପରଷ୍ଟାର

ବମ୍ବେ: ଦବଙ୍ଗ ଖାନ୍‌ ସଲମାନ ସୁପରଷ୍ଟାର ହେବା ପଛରେ ରହିଛନ୍ତି ଜଣେ ଅଭିନେତା। ଗ୍ୟାଙ୍ଗ୍ସ ଅଫ୍‌ ବାସେପୁର, ଗୁଲାଲ, ହାପି ଭାଗ୍‌ ଜାଏଗି ଭଳି ଫିଲ୍ମରେ ଅଭିନୟ କରି ବାହା ବାଃ ସାଉଁଟିଥିବା ପୀୟୁଷ ମିଶ୍ରାଙ୍କ ଯୋଗୁ ସଲମାନ ସଫଳତାର ଶିଢ଼ି ଚଢ଼ିଥିଲେ। କଥା ପଛରେ କାରଣଟି ହେଲା ଫିଲ୍ମ ‘ମୈନେ ପ୍ୟାର୍‌ କିୟା’।

୧୯୮୯ରେ ରିଲିଜ ହୋଇଥିବା ଏହି ଫିଲ୍ମ ସଲମାନଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ ଥିଲା। ଏହି ଫିଲ୍ମଟି ପିୟୁଷଙ୍କୁ ଅଫର ହୋଇଥିଲା। ହେଲେ ସେ ତାହାକୁ କରି ନ ଥିଲେ। ଶେଷରେ ସଲମାନ ଫିଲ୍ମକୁ କରିବା ପରେ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଥିଲେ। ଯଦି ପୀୟୁଷ ଫିଲ୍ମଟିକୁ କରିଥାନ୍ତେ ତେବେ ଏହା ହୋଇପାରି ନ ଥାନ୍ତା।

Share