ସତୀଶଙ୍କୁ ଶେଷ ଦର୍ଶନ ବେଳେ ଭାବବିହ୍ବଳ ହେଲେ ସଲମାନ୍‌, ଲୁଚାଇଲେ ଲୁହ…

ନୂଆଦିଲ୍ଲୀ: ମାର୍ଚ୍ଚ ୯ ସିନେମାଜଗତ ପାଇଁ ଏକ କଳାଦିନ ଥିଲା। ବଲିଉଡ୍‌ର ଖ୍ୟାତନାମା ଅଭିନେତା, ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ ଅନେକଙ୍କୁ ସ୍ତବ୍ଧ କରିଦେଇଥିଲା। ବିଶେଷକରି ତାଙ୍କର ପ୍ରଶଂସକ, ବନ୍ଧୁ ଏବଂ ପରିବାରଲୋକେ ଏହି ଖବର ଶୁଣି ଭାଙ୍ଗି ପଡ଼ିଥିଲେ।

ଗୁରୁବାର ଦିଲ୍ଲୀର ଡାକ୍ତରଖାନାରେ ପୋଷ୍ଟମର୍ଟମ ହେବା ପରେ ଅନ୍ତିମ ସଂସ୍କାର ଲାଗି ତାଙ୍କ ମୃତଦେହକୁ ମୁମ୍ବାଇ ଅଣାଯାଇଥିଲା। ସେଠାରେ ଅନୁପମ ଖେର, ସଲମାନ ଖାଁ, ଅଭିଷେକ ବଚ୍ଚନ, ଶେହନାଜ ଗିଲ, ଶିଳ୍ପା ସେଟ୍ଟୀଙ୍କ ସମେତ ଅନେକ କଳାକାର ତାଙ୍କ ଶେଷ ଦର୍ଶନ ଲାଗି ପହଞ୍ଚିଥିଲେ। ଏହି ସମୟରେ ବନ୍ଧୁ ଅନୁପମଙ୍କୁ ଭୋ ଭୋ ହୋଇ କାନ୍ଦୁଥିବା ଦେଖାଯାଇଥିବା ବେଳେ ସଲମାନ ନିଜ ଲୁହକୁ ଲୁଚାଇଥିଲେ।

ସତୀଶଙ୍କୁ ଶେଷ ଥର ପାଇଁ ଦେଖିବାକୁ ଆସିଥିବା ସଲମାନଙ୍କ ଆଖି ଓଦା ହୋଇଥିଲା। ସେ ନିଜର ଲୁହକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ହେଲେ କ୍ୟାମେରାରେ ତାହା କଏଦ ହୋଇଥିଲା। ସୋସିଆଲ ମିଡିଆରେ ଏବେ ସଲମାନଙ୍କ ଭିଡିଓ ଭାଇରାଲ ହେଉଛି। ଗାଡ଼ିରେ ବସି ସେ କାନ୍ଦି କାନ୍ଦି ଯାଉଥିବା ଦେଖାଯାଉଛି।

୨୦୦୩ରେ ସତୀଶ ‘ତେରେ ନାମ’ ଲାଗି ସଲମାନଙ୍କୁ ମୁଖ୍ୟ ଅଭିନେତା ଭାବେ କାଷ୍ଟ କରିଥିଲେ। ଏହି ଫିଲ୍ମଟି ସୁପରହିଟ୍‌ ପାଲଟିଥିଲା। ସେବେଠାରୁ ଦୁହେଁ ସ୍ବତନ୍ତ୍ର ବଣ୍ଡ ଶେୟାର କରି ଆସୁଥିଲେ।

Share