ସଲମାନଙ୍କୁ ଭେଟିବା ପାଇଁ ୧୧୦୦ କିମି ସାଇକେଲ୍‌ ଚଲାଇ ଆସିଲେ ପ୍ରଶଂସକ

ଦବଙ୍ଗ ଷ୍ଟାର ସଲମାନ ଖାନ୍‌ଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ବିଶ୍ୱର ଅନେକ ଦେଶରେ ଅଛନ୍ତି। ତାଙ୍କୁ ଭେଟିବାକୁ ପ୍ରଶଂସକ ବେଳେବେଳେ ସୀମା ଟପିଯାନ୍ତି। ନିକଟରେ ସଲ୍ଲୁଙ୍କ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ୧୧୦୦ କିମି ସାଇକେଲ୍‌ ଚଲାଇ ଆସିଥିଲେ। ସଲମାନ ମଧ୍ୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ନ ଥିଲେ। ସେ ତାଙ୍କୁ ଭେଟି ଖୁସି ପ୍ରକାଶ କରିବା ସହ ଧନ୍ୟବାଦ ମଧ୍ୟ ଦେଇଥିଲେ।
ମଧ୍ୟପ୍ରଦେଶର ଜବଲପୁରରେ ରହୁଥିବା ସମୀର ନାମକ ଏହି ପ୍ରଶଂସକ ସଲମାନଙ୍କୁ ଭେଟିବା ପରେ ଖୁସିରେ ଆତ୍ମହରା ହୋଇପଡିଛନ୍ତି। ସଲମାନ କେବଳ କେବଳ ତାଙ୍କୁ ଭେଟି ନ ଥିଲେ, ସେ ଆସିଥିବା ସାଇକେଲ୍‌ ଧରି ଫଟୋ ପୋଜ୍‌ ମଧ୍ୟ ଦେଇଥିଲେ। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରଶଂସକମାନେ ଭାଇଜାନଙ୍କ ସହ ସମୀରଙ୍କୁ ମଧ୍ୟ ପ୍ରଶଂସା କରିବାରେ ଆଦୌ ପଛାଇ ନାହାନ୍ତି।

Share
Tags: H