ରାଗରେ ଏମିତି କାମ କଲେ ସଲମାନ ଖାନ

ବଲିଉଡର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ଙ୍କୁ ‘ଆଙ୍ଗ୍ରି ମ୍ୟାନ୍‌’ ଭାବେ ଜଣାଶୁଣା। ଅତୀତରେ ଅନେକ ସମୟରେ ସଲମାନ ରାଗକୁ ନିୟନ୍ତ୍ରଣ କରିପାରିନାହାନ୍ତି। ନିକଟରେ ପୁଣି ଥରେ ସଲମାନ ରାଗ ଦେଖିବାକୁ ମିଳିଛି। ଜଣେ ପ୍ରଶଂସକ ତାଙ୍କ ସହ ଜବରଦସ୍ତ ସେଲଫି ନେବାକୁ ଚାହୁଁଥିଲେ ସଲମାନ ତାଙ୍କୁ ଆଗକୁ ଯିବାକୁ କହିଥିଲେ।
ପ୍ରଶଂସକମାନେ ସଲମାନଙ୍କ ଝଲକ ଟିକେ ପାଇବାକୁ ଆଗ୍ରହୀ ଥାନ୍ତି। ସେ ଯୁଆଡେ ଯାଆନ୍ତି, ବହୁ ସଂଖ୍ୟାରେ ଲୋକ ଏକାଠି ହୁଅନ୍ତି ଏବଂ ତାଙ୍କ ସହିତ ଫଟୋ ଉଠାଇବାକୁ ଚେଷ୍ଟା କରନ୍ତି। ନିକଟରେ ଜଣେ ପ୍ରଶଂସକ ସଲ୍ଲୁଙ୍କ ସହ ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ। ରାଗରେ ସଲମାନ ତାଙ୍କୁ ଆଗକୁ ଯିବାକୁ କହିଥିଲେ କିନ୍ତୁ ସେ ରାଜି ହୋଇ ନ ଥିଲେ। ପରେ ସଲମାନ ନିଜେ ତାଙ୍କ ପିଠିରେ ହାତ ଦେଇ ସେଠୁ ହଟିବାକୁ କହିଥିଲେ। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ସଲମାନ ଫିଲ୍ମ ‘ଅନ୍ତିମ’ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସେ ପୁଣି ଥରେ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ‘ଅନ୍ତିମ’ରେ ସଲମାନଙ୍କ ବ୍ୟତୀତ ତାଙ୍କ ଭିଣୋଇ ଆୟୁଷ ଶର୍ମା ଅଛନ୍ତି। ଏହା ବ୍ୟତୀତ ସଲ୍ଲୁ କାଟ୍ରିନା କୈଫଙ୍କ ସହ ଟାଇଗର ୩ରେ ତାଙ୍କୁ ପୁଣି ଥରେ ଦେଖିବାକୁ ମିଳିବ।

Share