ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କଲା ପୋଲିସ

ମୁମ୍ବାଇ,୯।୫: ଅଭିନେତା ସଲମାନ ଖାନଙ୍କୁ କିଛି ଦିନ ହେବ ଧମକ ଦିଆଯାଉଛି। ନିକଟରେ ଅଭିନେତାଙ୍କୁ ହତ୍ୟା କରିବା ପାଇଁ ଜଣେ ବ୍ୟକ୍ତି ପୋଲିସକୁ ଧମକପୂର୍ଣ୍ଣ ମେଲ ପଠାଇ ଥିଲେ। ଯାହା ପରେ ପୋଲିସ ସେହି ବ୍ୟକ୍ତିଙ୍କୁ ଖୋଜିବା ପାଇଁ ତଦନ୍ତ ଚଳାଇଥିଲା। ବର୍ତ୍ତମାନ ପୋଲିସ ଏହି ବ୍ୟକ୍ତିଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି। ଏହି ସନ୍ଦିଗ୍ଧ ଅଭିଯୁକ୍ତ ହରିୟାଣାର ବାସିନ୍ଦା ଏବଂ ସେ ବ୍ରିଟେନରେ ଡାକ୍ତରୀ ଅଧ୍ୟୟନ କରୁଛନ୍ତି।
ସୂଚନାନୁସାରେ, ବ୍ୟକ୍ତି ଜଣଙ୍କ ମାର୍ଚ୍ଚରେ ଗୋଲଡି ବରାର ନାମରେ ସଲମାନଙ୍କ ନିକଟତର ଲୋକଙ୍କ ପାଖକୁ ଏକ ଧମକପୂର୍ଣ୍ଣ ଇମେଲ ପଠାଇଥିଲେ। ଯେଉଁଥିରେ ସଲମାନଙ୍କୁ ହତ୍ୟା ଧମକ ମିଳିଥିଲା। ଏହି ଇମେଲ ପରେ ସଲମାନଙ୍କ ବନ୍ଧୁ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

Share