ହଲ୍‌ରେ ରିଲିଜ୍‌ ହେବ ଫିଲ୍ମ ‘ରାଧେ’

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ରାଧେ’ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବ। ସଲମାନ ଖାନ ନିଜେ ଏହା ନିଶ୍ଚିତ କରିଛନ୍ତି। ସଲମାନ ଖାନ କହିଛନ୍ତି ଯେ, ତାଙ୍କ ଫିଲ୍ମ ଇଦ୍‌ରେ ସିନେମା ହଲରେ ମୁକ୍ତିଲାଭ କରିବ। କରୋନା ମହାମାରୀ ଯୋଗୁ ଅନେକ ବଡ ଚଳଚ୍ଚିତ୍ର ଓଟିଟି ପ୍ଲାଟଫର୍ମ ଆଡକୁ ମୁହାଁଇଛି। ଏଭଳି ପରିସ୍ଥିତିରେ ସିନେମା ଘର ମାଲିକ କହିଛନ୍ତି ଯେ ଅନ୍ତତଃପକ୍ଷେ ସଲମାନଙ୍କ ଫିଲ୍ମ ହଲ୍‌ରେ ରିଲିଜ ହେବା ଉଚିତ୍‌। ଏହି ଅନୁରୋଧକୁ ଧ୍ୟାନରେ ରଖି ସଲମାନ ଖାନ ରାଧେକୁ ହଲ୍‌ରେ ମୁକ୍ତିଲାଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଲମାନ ଖାନ ତାଙ୍କ ଟୁଇଟରରେ ଲେଖିଛନ୍ତି, ‘ଦୁଃଖିତ, ସମସ୍ତ ଥିଏଟର ମାଲିକଙ୍କୁ ଉତ୍ତର ଦେବାକୁ ମୋତେ ବହୁତ ସମୟ ଲାଗିଛି। ଏହି ସମୟ ମଧ୍ୟରେ ଏହା ଏକ ବଡ ନିଷ୍ପତ୍ତି । ଥିଏଟର ମାଲିକ/ କର୍ମଚାରୀମାନେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ମୁଁ ‘ରାଧେ’କୁ ପ୍ରେକ୍ଷାଳୟରେ ରିଲିଜ୍‌ କରି ସେମାନଙ୍କୁ ସାହାଯ୍ୟ କରିବାକୁ ଚାହେଁ। ଏହାର ପ୍ରତିବଦଳରେ, ମୁଁ ଆଶା କରିବି ଯେ ସେ ‘ରାଧେ’ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଥିଏଟରରେ ଯତ୍ନବାନ ହେବେ ବୋଲି ସଲମାନ କହିଛନ୍ତି।

Share