‘କିସି କା ଭାଇ କିସି କି ଜାନ’ ଫିଲ୍ମ ପାଇଁ ସଲମାନ ନେଇଛନ୍ତି ଏତିକି କୋଟି…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ନିଜର ଅପକମିଙ୍ଗ୍‌ ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ପ୍ରମୋଟ କରିବାରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ରିଲିଜ ତାରିଖ ଆଉ କିଛି ଦିନ ବାକି ଅଛି। ଏହା ଏକ ମଲ୍ଟିଷ୍ଟାର୍‌ ଚଳଚ୍ଚିତ୍ର। ବର୍ତ୍ତମାନ ଏହି ଚଳଚ୍ଚିତ୍ର ପାଇଁ କେଉଁ ଷ୍ଟାରକାଷ୍ଟ କେତେ ଫି’ ନେଇଛନ୍ତି। କହିରଖୁଛୁ,
ଏହି ଚଳଚ୍ଚିତ୍ର ପାଇଁ ସଲମାନ ଖାନ ସର୍ବାଧିକ ଟଙ୍କା ନେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ ସଲମାନ ଖାନ ‘କିସି କା ଭାଇ କିସି କି ଜାନ’ ପାଇଁ ୧୨୫ କୋଟି ଟଙ୍କା ନେଇଛନ୍ତି। ଏଥିରେ ପୂଜା ହେଗଡେ ସଲମାନ ଖାନଙ୍କ ବିପକ୍ଷରେ ନଜର ଆସିବେ। ସେ ୬ କୋଟି ଟଙ୍କା ନେଇଛନ୍ତି। ତେଲୁଗୁ ସିନେମାର ସୁପରଷ୍ଟାର ଭେଙ୍କଟେଶ ମଧ୍ୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଯେଉଁଥିପାଇଁ ସେ ୬ କୋଟି ଟଙ୍କା ଫି’ ନେଇଛନ୍ତି। ସେହିପରି ଲୋକପ୍ରିୟ ପଞ୍ଜାବୀ ଅଭିନେତା ତଥା ଗାୟକ ଜସି ଗିଲ ମଧ୍ୟ ସଲମାନ ଖାନଙ୍କ ଫିଲ୍ମରେ ନଜର ଆସିବେ ଏବଂ ସେ ୬୦ ଲକ୍ଷ ଟଙ୍କା ଚାର୍ଜ କରିଛନ୍ତି। ଏଥି ସହିତ କୋରିଓଗ୍ରାଫର ତଥା ଅଭିନେତା ରାଘବ ଜୁୟାଲ ଏହି ସିନେମାରେ କାମ କରିବା ପାଇଁ ୭୦ ଲକ୍ଷ ଟଙ୍କା ନେଇଥିବା ବେଳେ ପ୍ରଥମ ଥର ପାଇଁ ବଲିଉହରେ ଡେବ୍ୟୁ କରିଥିବା ଶେହନାଜ ଗିଲ ଏହି ଫିଲ୍ମ ପାଇଁ ୫୦ ଲକ୍ଷ ଟଙ୍କା ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri