ଏଥର ବିଗ୍‌ ବସ୍‌ ପାଇଁ ସଲମାନ ନେବେ ଏତିକି କୋଟି, ଜାଣିଲେ…

ମୁମ୍ବାଇ: ପ୍ରତିବର୍ଷ ପ୍ରଶଂସକମାନେ ସଲମାନ ଖାନ୍‌ଙ୍କ ଶୋ’ ‘ବିଗ୍‌ ବସ୍‌’କୁ ଦେଖିବା ପାଇଁ ବେଶ୍‌ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଏହି ଶୋ’କୁ ଅନେକ ବିବାଦୀୟ ପ୍ରତିଯୋଗୀ ଆସନ୍ତି, ଯେଉଁମାନେ ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରକାଶ କରିଥାନ୍ତି, ଯାହା ଶୁଣିବା ପରେ ଦର୍ଶକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି।

ଏହି ଶୋ’ର ହୋଷ୍ଟ କରିଥାନ୍ତି ଭାଇଜାନ। ପ୍ରତ୍ୟେକ ସିଜିନ୍‌ରେ ସଲମାନ କୁହନ୍ତି, ସେ ଆସନ୍ତା ବର୍ଷ ଏହି ଶୋ’ ଆୟୋଜନ କରିବେ ନାହିଁ, ନିର୍ମାତାମାନେ ତାଙ୍କ ଫି’ ବଢ଼ାଇ ଦେବା ପରେ ସଲମାନ ରାଜି ହୋଇଯାଆନ୍ତି। ଏହି ଶୋ’ରେ ଭାଇଜାନଙ୍କର ବହୁ ଚାହିଦା ରହିଛି।  ଏହି ଶୋ ପାଇଁ ଏଥର ସେ କେତେ ଟଙ୍କା ନେଉଛନ୍ତି ତାହା ଶୁଣିଲେ ପାଦତଳୁ ମାଟି ଖସିପଡ଼ିବ।

ସଲମାନ ଗତ ୧୨ ବର୍ଷ ଧରି ଏହି ଶୋ’ ସହିତ ଜଡ଼ିତ ଅଛନ୍ତି। ଚଳିତ ବର୍ଷ ଫି’କୁ ସେ ଦୁଇଗୁଣ କରିଛନ୍ତି। ସୂନାନୁଯାୟୀ, ଚ୍ୟାନେଲ କର୍ତ୍ତୃପକ୍ଷ ଏବଂ ସଲମାନଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି। ରିପୋର୍ଟ ଅନୁଯାୟୀ, ସଲମାନ ଏହି ସିଜନ୍‌ ୧୦୦୦ କୋଟି ମାଗୁଥିଲେ ନିର୍ମାତା ୮୦୦ କୋଟି ଦେଉଥିଲେ। କିନ୍ତୁ ଏଥର ୧୦୦୦ କୋଟିରେ ହିଁ ଚୁକ୍ତି ଶେଷ ହୋଇଛି। ଅର୍ଥାତ୍‌ ସଲ୍‌ମାନ ବିଗ୍‌ବସ୍‌ ସିଜିନ୍‌-୧୬ ପାଇଁ ୧୦୦୦ କୋଟି ନେବେ।

Share