୧୫ ଫିଲ୍ମରେ ସଲମାନଙ୍କ ନାଁ ରହିଥିଲା ପ୍ରେମ୍‌: ଜାଣନ୍ତୁ ଏହା ପଛର ରହସ୍ୟ

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ପରଦାରେ ରିଲିଜ ମାତ୍ରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ ଦେଖାଯାଏ। ସଲମାନଙ୍କ ଚଳଚ୍ଚିତ୍ରରେ ଦର୍ଶକ ରୋମାନ୍ସ, ଆକ୍ସନ, ଇମୋସନ ଏବଂ କମେଡିର ତଡ୍‌କା ପାଇଥାନ୍ତି। ୯୦ ଦଶକରୁ ସଲମାନ ଅନେକ ସୁପରହିଟ ଫିଲ୍ମରେ ଅଭିନୟ କରିଛନ୍ତି। ଏକ ରୋଚକ କଥା ହେଉଛି ପ୍ରାୟ ୧୫ଟି ଚଳଚ୍ଚିତ୍ରରେ ସଲମାନଙ୍କ ନାଁ ପ୍ରେମ ରଖାଯାଇଛି। ସଲମାନ ଖାନଙ୍କ ପ୍ରଥମ ସୁପରହିଟ ଚଳଚ୍ଚିତ୍ର ଥିଲା ମେନ ପ୍ୟାର୍‌ କିୟା। ଏହା ୧୯୮୯ ମସିହାରେ ମୁକ୍ତିଲାଭ କରିଥିଲା । ସୁରଜ ବଡଜାତ୍ୟଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଅତୁଳନୀୟ ସଫଳତା ପାଇଥିଲା। ଏହି ଚଳଚ୍ଚିତ୍ରରେ ସଲମାନ ଖାନ ପ୍ରେମ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ଚରିତ୍ରକୁ ଦର୍ଶକ ପ୍ରଶଂସା କରିଥିଲେ।

ଏହି ଚଳଚ୍ଚିତ୍ରଟି ସୁପରହିଟ ହେବା ପରେ ନିର୍ଦ୍ଦେଶକ-ଅଭିନେତା ଯୋଡି ‘ହମ ଆପକେ ହେନ କୌନ’, ‘ହମ ସାଥ ସାଥ ହେଁ’ ଏବଂ ‘ପ୍ରେମ ରତନ ଧନ ପାୟୋ’ ଭଳି ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସବୁଠାରୁ ବିଶେଷ କଥା ହେଲା ଏହି ସବୁ ଚଳଚ୍ଚିତ୍ରରେ ସଲମାନ ଖାନଙ୍କ ନାମ ପ୍ରେମ ଥିଲା। ଏପରି ୧୫ଟି ଚଳଚ୍ଚିତ୍ରରେ ସଲମାନଙ୍କ ନାଁ ପ୍ରେମ ଥିଲା। ଏହା ପଛରେ ଏକ କାରଣ ଥିଲା। ପ୍ରେମ ନାଁ ଥିବା ଚଳଚ୍ଚିତ୍ର ବକ୍ସ ଅଫିସରେ ହିଟ୍‌ ହେଉଥିଲା। ଏହି କାରଣରୁ ନିର୍ଦ୍ଦେଶକ ସଲମାନଙ୍କ ନାଁ ଫିଲ୍ମରେ ପ୍ରେମ ଦେବାକୁ ପସନ୍ଦ କରୁଥିଲେ।

Share