ସର୍ବସମ୍ମୁଖରେ କଟ୍ରିନାଙ୍କୁ ଲୋକହସା କରାଇଦେଇଥିଲେ ସଲମାନ୍‌: କହିଥିଲେ ‘କଟ୍ରିନା କପୁର, ଷ୍ଟେଜ୍‌କୁ ଆସ’; ପୁରା ଘଟଣା କିଛି…

ବମ୍ବେ: ଏକଦା କଟ୍ରିନା କୈଫ-ସଲମାନ ଖାନଙ୍କୁ ବଲିଉଡର ଲୋକପ୍ରିୟ ଯୋଡ଼ି ମଧ୍ୟରେ ଗଣାଯାଉଥିଲା। ‘ମୈନେ ପ୍ୟାର କ୍ୟୁ କିୟା’ରେ ସଲମାନଙ୍କ ସହ ଅଭିନୟ କରିବା ପରେ ଅଭିନେତ୍ରୀ ବେଶ ନାମ କମାଇଥିଲେ। କଥିତ ଭାବେ ଏହି ସମୟରୁ ହିଁ ଉଭୟ ଡେଟ୍‌ କରିବା ଆରମ୍ଭ କରିଥିବା କୁହାଯାଏ। ସଲମାନ ନିଜ ପ୍ରେମକୁ ଖୁଲମ୍‌ଖୁଲା ପ୍ରକାଶ କରୁଥିଲେ। ସାର୍ବଜନିକ ସ୍ଥାନରେ ମଧ୍ୟ ସେ କଟ୍ରିନାଙ୍କୁ ‘ବେବି’ କହି ଡାକୁଥିଲେ। ହେଲେ ଏ ସମ୍ପର୍କ ବେଶି ଦିନ ଚାଲି ନ ଥିଲା। ଉଭୟ ଭିନ୍ନ ରାସ୍ତା ବାଛିଥିଲେ। ପରସ୍ପରଠାରୁ ଅଲଗା ହୋଇଥିଲେ ହେଁ ଫିଲ୍ମରେ କାମ କରିବା ସହ ବନ୍ଧୁତାର ସମ୍ପର୍କ ଉଭୟଙ୍କ ମଧ୍ୟରେ ରହିଆସିଛି।

୨୦୧୪ରେ ସଲମାନଙ୍କ ଭଉଣୀ ଅର୍ପିତାଙ୍କ ବିବାହ ସମୟରେ ଏକ ଚକିତ କଲା ଭଳି ଘଟଣା ଘଟିଥିଲା। କାରଣ ସଲମାନ ଏହି ସମୟରେ କଟ୍ରିନାଙ୍କୁ ଲୋକହସା କରିଦେଇଥିଲେ। ଲାଜରେ ମୁହଁ ଲୁଚାଇବାକୁ ବାଟ ପାଇ ନ ଥିଲେ ସେ।

କଟ୍ରିନା ସଲମାନଙ୍କଠାରୁ ଅଲଗା ହେବା ପରେ ରଣବୀର କପୁରଙ୍କୁ ହୃଦୟ ଦେଇ ବସିଥିଲେ। ଅର୍ପିତାଙ୍କ ବିବାହ ସେହି ସମୟରେ ହୋଇଥିଲା। ବିବାହ ଷ୍ଟେଜ୍‌ ଉପରେ ସଲମାନ ହୋଷ୍ଟ କରୁଥିବା ବେଳେ ‘ଚିକିନି ଚମେଲି’ ଗୀତ ବାଜିଥିଲା। ଏହାକୁ ନେଇ ଦବଙ୍ଗ ଖାନ ତଳେ ଛିଡ଼ା ହୋଇଥିବା କଟ୍ରିନାଙ୍କୁ ଷ୍ଟେଜ୍‌ ଉପରକୁ ଆସିବାକୁ କହିଥିଲେ। ହେଲେ କଟ୍ରିନା କରନ୍‌ ଜୋହରଙ୍କ ପଛରେ ଲୁଚିଯାଇଥିଲେ। ଏହାପରେ ମାଇକରେ ସମସ୍ତଙ୍କ ସାମ୍ନାରେ ସଲମାନ ‘ହଉ ଠିକ୍‌ ଅଛି। କଟ୍ରିନା କୈଫ ନହେଲା ନାହିଁ। କଟ୍ରିନା କପୁର, ଦୟାକରି ଷ୍ଟେଜ୍‌ ଉପରକୁ ଆସନ୍ତୁ ’ ବୋଲି କହିଥିଲେ। ପରେ କଟ୍ରିନା ଷ୍ଟେଜ୍‌ ଉପରକୁ ଆସିଥିଲେ। ସଲମାନ ତାଙ୍କୁ ସେଠାରେ ଆଉ ଏକ କମେଣ୍ଟ କରିଥିଲେ। ‘ମୁଁ କ’ଣ କରିବି… ମୁଁ ତୁମକୁ କଟ୍ରିନା ଖାନ ହେବାର ସୁଯୋଗ ଦେଲି, ହେଲେ ତୁମେ କଟ୍ରିନା କପୁର ହେବାକୁ ଚାହିଁଲ ବୋଲି ସେ କହିଥିଲେ।

ବର୍ତ୍ତମାନର କାହାଣୀକୁ ଦେଖିଲେ କଟ୍ରିନା ଏବେ ଅଭିନେତା ବିକ୍କି କୌଶଲଙ୍କୁ ଡେଟ୍‌ କରୁଥିବା ବେଳେ ସଲମାନ ଏବେ ବି ସିଙ୍ଗଲ। ସେ ରୋମାନିଆ ଆଙ୍କର ତଥା ଅଭିନେତ୍ରୀ ୟୁଲିୟା ବନ୍ତୁରଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି।

Share