ଏହି ୫ ଜଣଙ୍କ ସାମ୍ନାରେ ମୁଣ୍ଡ ନୁଆଁନ୍ତି ସଲମାନ୍‌ ଖାନ୍‌: ଜଣଙ୍କୁ ମାନିଥାନ୍ତି ନିଜର ସବୁକିଛି

ବଲିଉଡ୍‌ର ସୁପରଷ୍ଟାର ହେଉଛନ୍ତି ସଲମାନ୍‌ ଖାନ୍‌। ତାଙ୍କର ଲୋକପ୍ରିୟତା କାହାକୁ ଅଛପା ନାହିଁ। କିନ୍ତୁ ଫିଲ୍ମ ଦୁନିଆରେ ଏମିତି କିଛି ଲୋକ ରହିଛନ୍ତି ଯାହାଙ୍କୁ ସଲମାନ୍‌ ଫଲୋ କରିଥାନ୍ତି। ସଲ୍ଲୁ କେବଳ ୫ ଲୋକଙ୍କ ସାମ୍ନାରେ ମୁଣ୍ଡ ନୁଆଁଇ ଥାନ୍ତି। ଏମାନଙ୍କୁ ସେ ହୃଦୟରୁ ସମ୍ମାନ ମଧ୍ୟ କରିଥାନ୍ତି। ଏହି ୫ ଜଣ ହେଲେ ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ରଜନିକାନ୍ତ, ମିଥୁନ ଦା ଏବଂ ସନ୍ନି ଦେଓଲ।
ଧର୍ମେନ୍ଦ୍ର: ଧର୍ମେନ୍ଦ୍ର ହେଉଛନ୍ତି ସଲ୍ଲୁଙ୍କର ପ୍ରିୟ ଅଭିନେତା। ସେ ଧର୍ମେନ୍ଦ୍ରଙ୍କୁ ନିଜର ସବୁକିଛି ଭାବିଥାନ୍ତି। ଧର୍ମେନ୍ଦ୍ରଙ୍କ ସହ ସେ ଗୋଟିଏ ଫିଲ୍ମ ‘ପ୍ୟାର୍‌ କିୟା ତୋ ଧର୍‌ନା କ୍ୟା’ କରିସାରିଛନ୍ତି। ତେବେ ସଲମାନ୍‌ଙ୍କ ପାଇଁ ଧର୍ମେନ୍ଦ୍ର ଏହି ଫିଲ୍ମରେ କାମ କରିଥିଲେ ବୋଲି କୁହାଯାଏ। ସଲମାନ୍‌ ଧର୍ମେନ୍ଦ୍ରଙ୍କୁ ନିଜର ସବୁକିଛି ମାନିଥାନ୍ତି ବୋଲି ଏକ ସାକ୍ଷାତକାରରେ କହିଥିଲେ।
ଅମିତାଭ ବଚ୍ଚନ: ସଲମାନ୍‌ ଏବଂ ଅମିତାଭ ଏକତ୍ର ଅନେକ ସିନେମାରେ କାମ କରିସାରିଛନ୍ତି। ଏମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି। ଅମିତାଭ ସଲମାନ୍‌ଙ୍କୁ ଦେଖିବା ମାତ୍ରେ ତାଙ୍କୁ ଆଲିଙ୍ଗନ କରିଥାନ୍ତି। ସଲମାନ୍‌ ମଧ୍ୟ ଅମିତାଙ୍କୁ ସମ୍ମାନ କରିଥାନ୍ତି।
ରଜନୀକାନ୍ତ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରଜନୀକାନ୍ତି। ସଲମାନ୍‌ ତାଙ୍କର ବହୁତ ସମ୍ମାନ କରନ୍ତି। ସେ ରଜନୀକାନ୍ତଙ୍କୁ ନିଜର ଦଦର୍ଶ ବୋଲି ମାନିଥାନ୍ତି।
ମିଥୁନ ଦା: ସଲମାନ୍‌ ମିଥୁନଙ୍କର ବହୁତ ନିକଟତର । ଏକ ସାକ୍ଷାତକାରରେ ସଲମାନ୍‌ ମିଥୁନଙ୍କ ସହ କାମ କରିବାକୁ ଚାହୁଁଥିବା ଇଚ୍ଛା ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ମିଥୁନ ଦା ମୋତେ ପୁଅ ପରି ଭାବନ୍ତି। ମିଥୁନ ଦା ମୋ ହୃଦୟର ନିକଟତର ବୋଲି ସଲମାନ କହିଥିଲେ।
ସନି ଦେଓଲ: ସନ୍ନି ଦେଓଲଙ୍କ କଥାରଖି ସଲମାନ୍‌ ଖାନ୍‌ ବବି ଦେଓଲଙ୍କୁ ଫିଲ୍ମ ‘ରେସ୍‌-୩’ରେ କାମ କରିବାର ସୁଯୋଗ ଦେଇଥିଲେ। ସଲମାନ୍‌ ସନ୍ନି ଦେଓଲଙ୍କୁ ବହୁତ ସମ୍ମାନ କରନ୍ତି। ସେ ତାଙ୍କୁ ବଡ଼ ଭାଇ ଭଳି ବ୍ୟବହାର କରିଥାନ୍ତି।

Share