୨୦୨୦ରେ ୧୦ ଥର ଶର୍ଟଲେସ୍‌ ହୋଇଛନ୍ତି ଦବଙ୍ଗ ଖାନ୍‌

ବମ୍ବେ: ଆଜି ନିଜର ୫୫ତମ ହାପି ବର୍ଥ ଡେ ପାଳନ କରୁଛନ୍ତି ଦବଙ୍ଗ ଖାନ୍‌ ସଲମାନ। ପ୍ରଶଂସକଙ୍କଠାରୁ ଆରମ୍ଭ କରି ସହକଳାକାର ଏବଂ ଅନ୍ୟ ସେଲିବ୍ରିଟିମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଚଳଚ୍ଚିତ୍ର ମୈନେ ପ୍ୟାର କିୟାରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ସଲମାନଙ୍କ ଦୀର୍ଘ ୩୦ ବର୍ଷ ଧରି ଅଭିନୟ ଜାରି ରଖିଛନ୍ତି। ଏହାଛଡ଼ା ନିଜର ସିକ୍ସ ପ୍ୟାକ୍‌ ଆବ୍ସକୁ ନେଇ ମହିଳା ପ୍ରଶଂସକଙ୍କ ନିଦ ହଜାଇଦେଇଥାନ୍ତି ସେ।

କରୋନାକୁ ନେଇ ଲକ୍‌ଡାଉନ୍‌ ଚାଲିଥିବା ବେଳେ ସଲମାନଙ୍କ ଫିଲ୍ମର ଶୁଟିଂ ଅଟକି ଯାଇଥିଲା। ଏହି ସମୟରେ ସେ ସୋସିଆଲ ମିଡିଆରେ ନିଜର ଶର୍ଟଲେସ୍‌ ଫଟୋ ଶେୟାର କରି ଚର୍ଚ୍ଚାରେ ରହିଥିଲେ। ୨୦୨୦ରେ ମୋଟ ୧୦ ଥର ସେ ଶର୍ଟଲେସ୍‌ ହୋଇଥିବା କୁହାଯାଉଛି।

କାମ ବିଷୟରେ କଥା ହେଲେ ସଲମାନ ଫିଲ୍ମ ‘ରାଧେ’ରେ ନଜର ଆସିବେ। ଫିଲ୍ମର ଶୁଟିଂ ଉଣାଅଧିକେ ପୁରା ହୋଇ ସାରିଛି। ଆସନ୍ତା ବର୍ଷ ଏହା ରିଲିଜ ହେବ। ଏହାଛଡ଼ା ସଲମାନ ‘କଭି ଇଦ କଭି ଦିଓ୍ବାଲି’ରେ ମଧ୍ୟ ନଜର ଆସିବେ।

Share