ଅଧରାତିରେ ବିଶ୍ୱସୁନ୍ଦରୀଙ୍କ କବାଟ ପିଟୁଥିଲେ ସଲମାନ, ହାତରୁ ବୋହୁଥିଲା ରକ୍ତ

ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମନ ଖାନ୍‌ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତେ ଜାଣନ୍ତି ସଲମାନ ଏପପର୍ଯ୍ୟନ୍ତ ଅବିବାହିତ ଅଛନ୍ତି। କିନ୍ତୁ ସେ ନିଜ ପ୍ରେମ କାହାଣୀଙ୍କୁ ନେଇ ସର୍ବଦା ଚର୍ଚ୍ଚାରେ ଥାନ୍ତି। ସଲମାନଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ ଯୋଡା ଯାଇଛି। କିନ୍ତୁ ନୀଳନୟନା ଐଶ୍ଚର୍ଯ୍ୟ ରାୟଙ୍କ ସହ ତାଙ୍କ ସମ୍ପର୍କ କାହାକୁ ଅଛପା ନାହିଁ। ଦୁହିଁଙ୍କ ପ୍ରେମ ସମ୍ପର୍କ ଇଣ୍ଡଷ୍ଟ୍ରୀର ସବୁଠୁ ଖାସ୍‌ ଥିଲା। ବିଶେଷକରି ଉଭୟଙ୍କ ମଧ୍ୟରେ ଅନେକ ବିବାଦ ଦେଖାଦେଇଥିଲା। ଏକ ସମୟ ଥିଲା ଯେ ସଲମାନ ଏବଂ ଐଶ୍ୱର୍ଯ୍ୟା ପରସ୍ପରକୁ ବହୁତ ଭଲ ପାଉଥିଲେ କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ଏମିତି ଝଗଡା ହୋଇଥିଲା ଯେ ଏବେ ଦୁହେଁ ପରସ୍ପରର ଚେହେରା ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ। ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କ ୧୯୯୭ ମସିହାରେ ଆରମ୍ଭ ହୋଇଥିଲା। ସେହି ସମୟରେ ଐଶ୍ୱର୍ଯ୍ୟା ବଲିଉଡରେ ନୂଆ ପ୍ରବେଶ କରୁଥିଲେ। ତା’ପରେ ସଲମାନଙ୍କ ଆଖି ଐଶ୍ୱର୍ଯ୍ୟାଙ୍କ ଉପରେ ପଡିଗଲା ଏବଂ ପ୍ରଥମ ଦେଖାରେ ସେ ଐଶ୍ୱର୍ଯ୍ୟାଙ୍କୁ ହୃଦୟ ଦେଇ ବସିଲେ ସଲ୍ଲୁ। କୁହାଯାଏ ଯେ ସଲମାନଙ୍କ କାରଣରୁ ଐଶ୍ୱର୍ଯ୍ୟା ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏହି ଫିଲ୍ମର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ ସଲମାନଙ୍କ ଜଣେ ଘନିଷ୍ଠ ବନ୍ଧୁ ଥିଲେ ଏବଂ ତାଙ୍କ ନିର୍ଦ୍ଦେଶରେ ଐଶ୍ୱର୍ଯ୍ୟା ଏକ ବଡ଼ ବଜେଟ ଚଳଚ୍ଚିତ୍ର ପାଇଁ ସ୍ବାକ୍ଷର କରିଥିଲେ। ଏଠାରୁ ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ଆରମ୍ଭ ହୋଇଥିଲା। କୁହାଯାଏ ଯେ ଐଶ୍ୱର୍ଯ୍ୟାଙ୍କ ମାତାପିତା ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କକୁ ଆଦୌ ସମ୍ମତି ଦେଇ ନ ଥିଲେ। କୁହାଯାଏ ଯେ ଦିନେ ମଧ୍ୟରାତ୍ରିରେ ସଲମାନ ଐଶ୍ୱର୍ଯ୍ୟାଙ୍କ ଘରେ ପହଞ୍ଚି ଜୋରରେ କବାଟ ବାଡେଇବା ଆରମ୍ଭ କରିଥିଲେ। ସଲମାନ ରାଗରେ ୧୯ତମ ମହଲାରୁ ଡେଇଁବାକୁ ଧମକ ଦେଇଥିଲେ। କବାଟ ବାଡେଇ ବାଡେଇ ସଲମାନଙ୍କ ହାତରୁ ରକ୍ତ ବାହାରିଥିଲା। ସଲମାନଙ୍କ ଏହି ଗଣ୍ଡଗୋଳର କାରଣ ଥିଲା ଯେ ସେ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଐଶ୍ୱର୍ଯ୍ୟା ସେତେବେଳେ ବିବାହ କରିବାକୁ ଚାହୁଁ ନ ଥିଲେ।

Share