ପୁଣିଥରେ ଏକାଠି ନଜର ଆସିବେ କରନ-ଅର୍ଜୁନ

ମୁମ୍ବାଇ: ବେଶ କିଛି ଦିନ ପରେ ପୁଣି ବଡ ପରଦାରେ ଶାହାରୁଖଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ତାଙ୍କ ପ୍ରଶଂସକ । ଏହାରି ଭିତରେ ଶାହାରୁଖଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଏକ ଖୁସି ଖବର । ବଲିଉଡ୍ ବାଦଶାହା ଶାହାରୁଖ ଖାଁ ଏଥର ବଲିଉଡ୍ ଭାଇଜାନ ସଲମାନଙ୍କ ସହ ଏକାଠି ନଜର ଆସିବେ ବୋଲି ଜଣାପଡିଛି । ଏମାନେ ଦୁହେଁ ଶାହାରୁଖଙ୍କ ଫିଲ୍ମ ‘ପଠାନ’ରେ ଏକାଠି ଦେଖାଦେବେ । ମିଳିଥିବା ସୂଚନା ଅନୁଯାୟୀ, ସଲମାନ ଏଥିର କେମୋ ରୋଲରେ ନଜର ଆସିବେ । ଏହି କରନ-ଅର୍ଜୁନଙ୍କ ଯୋଡିକୁ ଦର୍ଶକେ ପସନ୍ଦ କରିବେ ବୋଲି ଅନୁମାନ କରାଯାଉଛି । ଦୀର୍ଘ ୨୨ ମାସ ପରେ ଶାହାରୁଖ ପୁଣିଥରେ ବଡ ପରଦାକୁ ଫେରୁଥିବା ବେଳେ ଏଥିପାଇଁ ସେ ଶୁଟିଂ ଆରମ୍ଭ କରି ଦେଇଥିବା କୁହାଯାଉଛି । ମୁମ୍ବଇ ମିରରର ଏକ ରିପୋର୍ଟ ଅନୁଯାୟୀ ଶାହାରୁଖଙ୍କ ଫିଲ୍ମ ‘ପଠାନ’ରେ ସଲମାନ କେମୋ ରୋଲରେ ଦେଖାଦେବେ । ମୁମ୍ବାଇର ୟଶରାଜ ଫିଲ୍ମ ଷ୍ଟୁଡିଓରେ ଏହାର ଶୁଟିଂ କରାଯିବ । ଶହାରୁଖଙ୍କ ଆକ୍ସନ ସିନ୍ ଏଥିରେ ରହିଥିବା କୁହାଯାଉଛି । ଏହା ପୂର୍ବରୁ ସଲମାନ ଶାହାରୁଖଙ୍କ ଫିଲ୍ମ ‘ଜିରୋ’ରେ ମଧ୍ୟ ଏକ କେମୋ ଆପିରାନ୍ସରେ ନଜର ଆସିଥିଲେ । କରନ-ଅର୍ଜୁନଙ୍କ ଯୋଡିକୁ ଦର୍ଶକେ ପୂର୍ବରୁ ପସନ୍ଦ କରିଥିବା ବେଳେ ଏଥର ବି ଗ୍ରହଣ କରିବେ ବୋଲି ଆଶା ରଖିଛନ୍ତି ନିର୍ମାତା ନିର୍ଦ୍ଦେଶକ ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ନୂଆ ‘କକ୍ରୋଚ ପାର୍ଟି’ର ଏଣ୍ଟ୍ରି: ମୁନିର-ଶେହବାଜଙ୍କ ଚିନ୍ତା ବଢ଼ାଇବା ଲୋକ କିଏ? ଜାଣନ୍ତୁ…

ଇସଲାମାବାଦ,୩୧।୭: ଭାରତରେ ଯେପରି ‘କକ୍ରୋଚ ଜନତା ପାର୍ଟି’ (CJP) ରହିଛି, ସେହି ଢାଞ୍ଚାରେ ବର୍ତ୍ତମାନ ପାକିସ୍ତାନରେ ଏକ ନୂତନ ଅନଲାଇନ ରାଜନୈତିକ ଗୋଷ୍ଠୀ ଦ୍ରୁତ ଗତିରେ ଚର୍ଚ୍ଚାରେ…

ବଢୁଛି ବନ୍ୟାପାଣି: ଶହଶହ ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ନିରାକାରପୁର,୩୧ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ରାଜୁଆ, ମକରା, ଦୟା, ଲୁଣା, ମଲାଗୁଣୀ ନଦୀ ଓ ନାଳରେ ପ୍ରଚୁର…

ଆତଙ୍କିତ ଅବସ୍ଥାରେ ରାତି କାଟିଲେ କୁମିଆପାଲି ଗାଁ ଲୋକେ: ସାଂଘାତିକ ପରିସ୍ଥିିିତି ସୃଷ୍ଟି

ବଲାଙ୍ଗୀର,୩୧ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରୁ ବିସ୍ଥାପିତ ହୋଇନଥିବା କୁମିଆପାଲି ଗାଁର ପ୍ରାୟ ୧୦୦ ପରିବାର ଏବେ ବି ଗାଁରେ ରହିଛନ୍ତି। ବୁଧବାର ରାତିରେ…

ବନ୍ୟା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କଲେ ଧମେନ୍ଦ୍ର ପ୍ରଧାନ, ସମ୍ବଲପୁରବାସୀଙ୍କୁ…

ଭୁବନେଶ୍ୱର,୩୧।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଓଡ଼ିଶାର ୬ ଜିଲାରେ ବନ୍ୟା ସଙ୍କଟ ସୃଷ୍ଟି କରିଥିବାବେଳେ ୯ ଜିଲାରେ ବିଶେଷ ପ୍ରଭାବ ପକାଇଛି।…

ମୋଦି-ଶାହାଙ୍କୁ ରାହୁଲଙ୍କ କଡ଼ା ବାର୍ତ୍ତା, Gen Zଙ୍କୁ ନେଇ କହିଦେଲେ ଏମିତି

ନୂଆଦିଲ୍ଲୀ,୩୧।୭: ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଶୁକ୍ରବାର ସେ…

ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର: ସାହାରା ଖୋଜୁଛନ୍ତି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ସନ୍ତୋଷ

ନୂଆପଡା,୩୧ା୭ (ମକାରୁ ବେମାଲ): କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗଁାର ସନ୍ତୋଷ ପ୍ରଧାନୀ (୬୮) ବର୍ଷ ବର୍ଷ ଧରି ଏକ ଝାଟିମାଟି ବାଉଁଶ ଓ ପଲିଥିନରେ ତିଆରି…

ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!

ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ…

ରାହାଣେଙ୍କ ଅବସର ପରେ କୋହଲିଙ୍କ ଭାବବିହ୍ବଳ ବାର୍ତ୍ତା, ପଢ଼ନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୩୧।୭: କ୍ରିକେଟର ଅନୁଭବୀ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ କ୍ରମାଗତ ଭାବେ ଦିଗ୍ଗଜ ଖେଳାଳିମାନଙ୍କର ଶୁଭେଚ୍ଛା ମିଳୁଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri