୨୫ ବର୍ଷ ପରେ ଏକାଠି ହେବାକୁ ଯାଉଛନ୍ତି ସଲମାନ-କରଣ

ମୁମ୍ବାଇ: ୨୫ବର୍ଷ ପୂର୍ବେ ବଲିୁଡ ଭାଇଜାନ ସଲମାନ ଖାଁ ଏବଂ ନିର୍ଦ୍ଦେଶକ କରଣ ଜୋହର ଏକାଠି ଏକ ଫିଲ୍ମ କରିଥିଲେ। ସେବେଠାରୁ ଏହି ଯୋଡି ପ୍ରାୟତଃ ପରସ୍ପର ସହିତ ଏକ ପ୍ରୋଜେକ୍ଟ କରିବା ବିଷୟରେ କଥାବାର୍ତ୍ତା କରୁଥିଲେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଫିଲ୍ମ ବାହାରକୁ ଆସିନାହିଁ। ଏବେ ଶେଷରେ ସଲମାନ ଏବଂ କରଣ ଜୋହର ଏକାଠି ଫିଲ୍ମ କରିବାକୁ ଯାଉଛନ୍ତି। ଭାଇଜାନ ନିଜେ ଏହି ଖବରକୁ ନିଶ୍ଚିତ କରିଛନ୍ତି ଏବଂ ଫିଲ୍ମର ନାମ ମଧ୍ୟ ଘୋଷଣା କରିଛନ୍ତି।
୨୫ବର୍ଷ ପୂର୍ବରୁ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ବିଷ୍ଣୁ ବର୍ଦ୍ଧନଙ୍କ ନିର୍ଦ୍ଦେଶିତ ଏହି ମୁଭିରେ ସଲମାନ ସାଇନ କରିଥିବା କୁହାଯାଉଥିଲା। ବର୍ତ୍ତମାନ ଅଭିନେତା ଫିଲ୍ମର ଟାଇଟଲ ପ୍ରକାଶ କରିଛନ୍ତି ଜୁମ ସହିତ ସାକ୍ଷାତକାର ବେଳେ ସେ କହିଛନ୍ତି, ମୁଁ ଦ ବୁଲ ନାମକ ଏକ ଫିଲ୍ମ କରୁଛି। ତା’ପରେ ଦବଙ୍ଗ ଆସିବ, କିକ ଆସିବ, ସୁରାଜଙ୍କ ଫିଲ୍ମ ଆସିବ, ୩-୪ଟି ଫିଲ୍ମ ଆସୁଛି। ବିଶ୍ୱାସ କରାଯାଏ ଯେ ‘ଦ ବୁଲ’ ହେଉଛି ବିଷ୍ଣୁ ବର୍ଦ୍ଧନଙ୍କ ନିର୍ଦ୍ଦେଶିତ ଫିଲ୍ମ ହୋଇଥିବାବେଳେ ପୂର୍ବରୁ କରଣ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ ସେ ‘ଦ ବୁଲ’ ନାମକ ଏକ ମୁଭିରେ କାମ କରିବାକୁ ଯାଉଛନ୍ତି।
ସୂଚନାଯୋଗ୍ୟ, ୧୯୯୮ରେ ‘କୁଛ କୁଛ ହୋତା ହୈ’ ପରେ ସଲମାନ ଖାନ ଏବଂ କରଣ ଜୋହର ଏକାଠି ହେବାକୁ ଯାଉଛନ୍ତି। ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ, ଅଭିନେତା ଫିଲ୍ମ ଦି ବୁଲରେ ଜଣେ ପାରାମିଲିଟାରୀ ଅଫିସର ଭୂମିକାରେ ଅଭିନୟ କରିବେ ଯିଏ ଏକ ଆକ୍ସନ ପ୍ୟାକ ମିଶନରେ ଯିବେ। ପିଙ୍କଭିଲ୍ଲା ରିପୋର୍ଟ ଅନୁଯାୟୀ ଟାଇଗର୩ ପରେ ଏକ ଏହା ସଲମାନଙ୍କ ପରବର୍ତ୍ତୀ ର ଚଳଚ୍ଚିତ୍ର ହେବ । ଏହି ଫିଲ୍ମଟି ନଭେମ୍ବର ୨୦୨୩ରେ ଫ୍ଲୋରକୁ ଆସିବ ଏବଂ ୭ ରୁ ୮ ମାସ ମଧ୍ୟରେ ଏକାଧିକ ସିଡ୍ୟୁଲରେ ସୁଟିଂ ହେବ।

Share