ଏକଦା ପ୍ରେମିକାଙ୍କ ପାଇଁ ସୁନିଲଙ୍କ ଆଗରେ ହାତ ଯୋଡ଼ିଥିଲେ ସଲମାନ୍‌; ଜାଣନ୍ତୁ ପୁରା ଘଟଣା

ବମ୍ବେ: ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀଙ୍କୁ ଇଣ୍ଡଷ୍ଟ୍ରୀର ଅନ୍ନା ବୋଲି କୁହାଯାଏ। ହେଲେ ଯଦି ତାଙ୍କର ବିତୃଷ୍ଣା ଭାବ ଆସେ ତେବେ ସେ ତାଙ୍କ ସହ କଥା ହୁଅନ୍ତି ନାହିଁ। ସୁପରଷ୍ଟାର ସଲମାନ୍‌ଙ୍କ ସହ ତାଙ୍କ ସମ୍ପର୍କ ବେଶ୍‌ ଭଲ। ହେଲେ ଏକ ସମୟରେ ସଲମାନ୍‌ଙ୍କୁ ସୁନିଲଙ୍କୁ ହାତ ଯୋଡ଼ି କ୍ଷମା ମାଗିବାକୁ ପଡ଼ିଥିଲା।

ସେ ସମୟରେ ସୁନିଲଙ୍କ ପ୍ରଥମ ଫିଲ୍ମ ’ବଲଓ୍ବାନ’ ରିଲିଜ ହୋଇଥିଲା। ଏହା ପରେ ତାଙ୍କୁ ଅନେକ ଫିଲ୍ମର ଅଫର ମିଳିଥିଲା। ସେଥିରୁ ଗୋଟିଏ କରିବା ପାଇଁ ସୁନିଲ ହଁ କରିଥିଲେ। ଫିଲ୍ମରେ ନାୟିକା ଭାବେ ସୋମି ଅଲ୍ଲୀଙ୍କୁ ଚୟନ କରାଯାଇଥିଲା। ହେଲେ ସେ ଯେତେବେଳେ ଜାଣିଲେ ସୁନିଲ ଉକ୍ତ ଫିଲ୍ମରେ ହିରୋ ଅଛନ୍ତି, ସେ ମନା କରିଦେଇଥିଲେ। ସେ ନୂଆ ନୂଆ କାମ କରୁଥିବା ନାୟକଙ୍କ ସହ କାମ କରିବେ ନାହିଁ ବୋଲି କହିଥିଲେ। ଏହା ଜାଣିବା ପରେ ସୁନିଲଙ୍କୁ ଖରାପ ଲାଗିଥିଲା। ପରେ ସୁନିଲ ‘ବକ୍ତ ହମାରା ହେ’, ‘ଦିଲଓ୍ବାଲେ’ ଭଳି ଫିଲ୍ମରେ କାମ କରି ସଫଳତା ପାଇଥିଲେ।

ଅପରପକ୍ଷେ ସୋମିଙ୍କ ଫିଲ୍ମ ‘ବୁଲନ୍ଦ’ ଅଟକି ରହିଥିଲା। ସେତେବେଳେ ସଲମାନ ସୋମିଙ୍କ ପ୍ରେମିକ ଥିଲେ। ଏହାପରେ ତାଙ୍କୁ ଫିଲ୍ମ ‘ଅନ୍ତ’ର ଅଫର ମିଳିଥିଲା। ସେଥିରେ ସୁନିଲ ନାୟକ ଥିଲେ। ଏହା ଜାଣି ମଧ୍ୟ ସୋମି ଫିଲ୍ମ କରିବାକୁ ରାଜି ହୋଇଥିଲେ। ହେଲେ ସୁନିଲଙ୍କୁ ଏହା ଜଣାପଡ଼ିବା ପରେ ସେ ଫିଲ୍ମ କରିବାକୁ ମନା କରିଦେଇଥିଲେ। ଏହାପରେ ପ୍ରଯୋଜକମାନେ ସୋମିଙ୍କୁ ଏ ବିଷୟରେ ଜଣାଇଥିଲେ। ଯଦି ଫିଲ୍ମରେ ସୁନିଲ ନ ରୁହନ୍ତି ଫିଲ୍ମ ହେବ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଥିଲେ।

ଫଳରେ ଚିନ୍ତାରେ ପଡ଼ିଯାଇଥିଲେ ସୋମି। ସଲମାନଙ୍କୁ ଯେତେବେଳେ ଏହା ଜଣାପଡ଼ିଲା, ସେ ପ୍ରେମିକାଙ୍କ ପାଇଁ କଥା ହେବା ଲାଗି ସୁନିଲଙ୍କ ପାଖରେ ପହଞ୍ଚିଥିଲେ। ତାଙ୍କୁ ସୋମିଙ୍କ ସହ କାମ କରିବାକୁ ରାଜି କରାଇଥିଲେ। ଅନେକ ସମୟ ଧରି କଥା ହେବା ପରେ ସୁନିଲ କାମ କରିବାକୁ ରାଜି ହୋଇଥିଲେ। ଏବେ ସଲମାନଙ୍କ ଆଗରେ ଇଣ୍ଡଷ୍ଟ୍ରୀ ନଉଁଥିବା ବେଳେ ସେ ସୁନିଲଙ୍କୁ ଅନୁରୋଧ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri