ଗୋଟିଏ ଫିଲ୍ମ କରିବାକୁ ଏତିକି ଟଙ୍କା ଚାର୍ଜ କରନ୍ତି ସଲମାନ

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ବ୍ୟାଚଲର ସଲମାନ ଖାନ ଦୀର୍ଘ ବର୍ଷ ଧରି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ ଭିନ୍ନ ଚରିତ୍ର ସହିତ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏକ ସମୟ ଥିଲା, ଯେତେବେଳେ ସଲମାନ ପ୍ରଥମ ଫିଲ୍ମରେ ମାତ୍ର ୧୧ ହଜାର ଫି’ ନେଇ କାମ କରିଥିଲେ। ଆଜି ସେ ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ଚାର୍ଜ କରନ୍ତି।

ସଲମାନ ୧୯୮୮ରେ ‘ବିବି ହୋ ତୋ’ ଫିଲ୍ମରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିରେ ଫାରୁକ ଶେଖ୍‌ ଏବଂ ରେଖା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସଲମାନ ସହାୟକ ଭୂମିକାରେ ଥିଲେ। ଏହି ଫିଲ୍ମ ପାଇଁ ସଲମାନ ମାତ୍ର ୧୧ ହଜାର ଟଙ୍କା ପାରିଶ୍ରମିକ ନେଇଥିଲେ।

ବର୍ତ୍ତମାନ ସଲମାନ ବଲିଉଡ୍‌ର ସର୍ବାଧିକ ପାରିଶ୍ରମିକ ପାଉଥିବା ଜଣେ ସୁପରଷ୍ଟାର ହୋଇପାରିଛନ୍ତି। ସଲମାନ ତାଙ୍କର ଫିଲ୍ମ ‘ଟାଇଗର’ ପାଇଁ ୧୦୦ କୋଟି ଟଙ୍କା ଫି’ ନେଇଛନ୍ତି। ସେ ଗତ କିଛି ବର୍ଷ ଧରି ରିୟାଲିଟି ଶୋ’ ବିଗ୍‌ ବସ୍‌ର ହୋଷ୍ଟ କରୁଛନ୍ତି। ଗୋଟିଏ ଏପିସୋଡ୍‌ ପାଇଁ ୧୨ କୋଟି ଟଙ୍କା ନିଅନ୍ତି।

Share