ପ୍ରେମିକାଙ୍କ ସହ ନୂଆବର୍ଷ ପାଳିଲେ ଭାଇଜାନ

ମୁମ୍ବାଇ: ଇଂରାଜୀ ନବବର୍ଷ ଆଜିଠୁ ଆରମ୍ଭ ହୋଇଛି। ବଲିଉଡ୍‌ କଳାକାରମାନେ ମଧ୍ୟ ଏହିଦିନଟିକୁ କରୋନା କଟକଣା ମଧ୍ୟରେ ପାଳନ କରୁଛନ୍ତି। ଏଥିସହିତ ସୋସିଆଲ ମିଡିଆରେ ଫଟୋ ବି ଶେୟାର କରିଛନ୍ତି ବଲିଉଡ୍‌ର ଭାଇଜାନ ସଲମାନ ଖାନ୍‌ ତଥାକଥିତ ପ୍ରେମିକା ୟୁଲିଆ ବନ୍ତୁର ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ଉତ୍ସାହ ଉଦ୍ଦୀପନାର ସହ ପାଳନ କରିଛନ୍ତି। ଅଭିନେତା ତଥା ରାଜନେତା କାକ୍‌ ବୀଣା ସଲମାନଙ୍କ ସହ ଏକ ଫଟୋ ଶେୟାର କରି ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି।

ଫଟୋରେ ସଲମାନ ଏକ ବ୍ଲାକ କଲରର ଟି-ଶର୍ଟ ପିନ୍ଧି ଥିବାବେଳେ ପ୍ରିଣ୍ଟେଡ ଜ୍ୟାକେଟ୍‌ ପିନ୍ଧିଛନ୍ତି। କାକ୍‌ ଶେୟାର କରିଥିବା ଏହି ଫଟୋରେ ପ୍ରଶଂସକମାନେ ସୁପରଷ୍ଟାର ସଲମାନଙ୍କୁ ଦେଖି ବହୁତ ଖୁସି ହୋଇଯାଇଛନ୍ତି। ପ୍ରଶଂସକମାନେ ମଧ୍ୟ ଏମାନଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଶେୟାର ହୋଇଥିବା ଭିଡିଓରେ ୟୁଲିଆଙ୍କ ସମେତ ସଙ୍ଗୀତା ବିଜ୍‌ଲାନୀ ଏବଂ କାକ୍‌ ମଧ୍ୟ ନଜର ଆସିଛନ୍ତି।

Share