କେବଳ ଏହି ଅଭିନେତ୍ରୀଙ୍କ ପାଇଁ ସଲମାନ, ଶାହରୁଖ ମଧ୍ୟରେ ଲାଗିଥିଲା ବିବାଦ

ବଲିଉଡ୍‌ରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୁଏ। ଏକଦା ସେମାନଙ୍କୁ ଭଲ ବନ୍ଧୁ କୁହାଯାଉଥିବା ବେଳେ ପରେ କୌଣସି କାରଣ ନେଇ ମନାନ୍ତର ମତାନ୍ତର ହୋଇଛି। ସେହି କଳାକାର ତାଲିକାରେ ବଲିଉଡ୍‌ର ଭାଇଯାନ୍‌ ସଲମାନ ଖାନ ଓ ଶାହରୁଖ ଖାନ୍‌ଙ୍କ ନାମ ରହିଛି।
ଏକ ସମୟ ଥିଲା ଯେତେବେଳେ ଉଭୟଙ୍କୁ ପରସ୍ପରର ଭାଇ କୁହାଯାଉଥିଲା। କିନ୍ତୁ ପରେ ସେମାନଙ୍କ ମଧ୍ୟରେ ବିବାଦ ଦୀର୍ଘ ଦିନ ଧରି ଲାଗି ରହିଥିଲା। ୨୦୦୮ ରେ କ୍ୟାଟ୍ରିନାଙ୍କ ଜନ୍ମଦିନ ପାର୍ଟିରେ ଶାହରୁଖ ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଐଶ୍ୱର୍ଯ୍ୟା ରାୟଙ୍କ ଉପରେ ମନ୍ତବ୍ୟ ଦେଇଥିଲେ, ଯେଉଁ କାରଣରୁ ଦୁହେଁ ମୁହାଁମୁହିଁ ହୋଇଥିଲେ।

Share