Categories: ଜାତୀୟ

ଗଛ ଡାଳରେ ସାଲାଇନ୍‌ ଷ୍ଟାଣ୍ଡ୍‌: ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ହାଇଦ୍ରାବାଦ୍‌, ୧୬।୮: ତେଲଙ୍ଗାନାର ଓସମାନିଆ ଜେନେରାଲ ହସ୍ପିଟାଲରେ ରୋଗୀ ସେବାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ରୋଗୀଙ୍କୁ ସାଲାଇନ୍‌ ଲଗା ଯାଇଥିବା ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ତେବେ ସାଲାଇନ୍‌ ଷ୍ଟାଣ୍ଡ୍‌ ବଦଳରେ ଗଛ ଡ଼ାଳରେ ଝୁଲି ରହିଛି। ଏହି ଭିଡ଼ିଓ ଭାଇରାଲ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଛି। ଘଟଣାର ତଦନ୍ତ କରାଯିବା ଲାଗି ନିର୍ଦ୍ଦେଶ ଜାରି ହୋଇଛି। ହସ୍ପିଟାଲର ଚତୁର୍ଥ ମହଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିିଛି। ଗଛ ଡାଳରେ ପ୍ଲାଷ୍ଟିକ୍‌ ଦଉଡ଼ିରେ ସାଲାଇନ୍‌କୁ ବନ୍ଧା ଯାଇଛି। ହସ୍ପିଟାଲରେ ଷ୍ଟାଣ୍ଡର ଅଭାବ ନ ଥିବା ସୁପରିଟେଣ୍ଡେଣ୍ଟ୍‌ ସୂଚନା ଦେଇଛନ୍ତି। ତେବେ ଏହି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ପାଣି ପଶିବା ଆଶଙ୍କାକୁ ଦୃଷ୍ଟିରେ ରଖି ରୋଗୀଙ୍କୁ ତଳ ମହଲାରେ ନ ରଖାଯାଇ ଉପର ମହଲାକୁ ସ୍ଥାନାନ୍ତର କରାଯାଇଛି। ତେଣୁ ହୁଏତ ଜରୁରୀ ସ୍ଥିତିରେ ଏଭଳି ସାଲାଇନ୍‌ ଦେବାକୁ ହସ୍ପିଟାଲ କର୍ମଚାରୀ ବାଧ୍ୟ ହୋଇଥିବେ ବୋଲି ସେ କହିଛନ୍ତି।

Share