Posted inଖେଳ

ବଢୁଛି ଧୋନୀଙ୍କ ଫାର୍ମହାଉସ ପରିବା ଚାହିଦା: ଏବେ ଷ୍ଟ୍ରବେରୀ ବିକି ରୋଜଗାର କଲେ…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ କୃଷକ ପାଲଟିଛନ୍ତି। ସେ ତାଙ୍କ ଫାର୍ମହାଉସରୁ ବିଭିନ୍ନ ପ୍ରକାର ଫସଲ ଆମଦାନୀ କରୁଛନ୍ତି। ତାଙ୍କ କ୍ଷେତର ପନିପରିବା ରାଞ୍ଚିରେ ବହୁତ ଚାହିଦା ରହିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଧୋନୀଙ୍କ ଫାର୍ମହାଉସରୁ ଏବେ ୧୦ ଟନ୍‌ ଷ୍ଟ୍ରବେରୀ ଉତ୍ପାଦନ ହୋଇଛି। ଏତେ ପରିମାଣର ଷ୍ଟ୍ରବେରୀର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ହେବ। ଧୋନୀଙ୍କ ଫାର୍ମହାଉସରେ କେବଳ ଯେ ଷ୍ଟ୍ରବେରୀ ତା’ ନୁହେଁ, ଖରଭୁଜ ମଧ୍ୟ ଉତ୍ପାଦନ ହେଉଛି। ପ୍ରତିଦିନ କ୍ଷେତରୁ ୩ କ୍ୱିଣ୍ଟାଲ ତରଭୁଜ ଏବଂ ୨ କ୍ୱିଣ୍ଟାଲ ଖରଭୁଜ ତୋଳା ହେଉଛି।

୪୩ ଏକର ପରିମିତ ଜମିରେ ଧୋନୀ ନିଜ ହାତରେ ୩ ମାସ ପୂର୍ବରୁ ତରଭୁଜ ଏବଂ ଖରଭୁଜ ଗଛ ଲଗାଇଥିଲେ। ଏବେ ତାଙ୍କର ପ୍ରଥମ ତରଭୁଜ ଉତ୍ପାଦନ ହୋଇ ବଜାରରେ ବିକ୍ରି ପାଇଁ ରହିଛି। ଧୋନୀ ୪ ଏକର ଜମିରେ ତରଭୁଜ ଏବଂ ଦେଢ଼ ଏକର ଜମିରେ ଖରଭୁଜ ଲଗାଇଛନ୍ତି। ବିଶେଷ କଥା ହେଲା ବିନା କୌଣସି ରାସାୟନିକ ସାରରେ ପନିପରିବା ଅମଳ କରୁଛନ୍ତି ଧୋନୀ। ତାଙ୍କ ଫାର୍ମର ଫଳ ବହୁତ ସ୍ବାଦିଷ୍ଟ। ଧୋନୀ ଗୋଟିଏ ଏକର ଜମିରେ କ୍ୟାପସିକମ୍‌ ବି ଲଗାଇଛନ୍ତି। ଯାହା ଅଧିକ ଉତ୍ପାଦନ ହେଉଛି।

ସୂଚନାଯୋଗ୍ୟ, ଧୋନୀଙ୍କ ଫାର୍ମହାଉସରୁ କୋବି, ଟମାଟର, ଆଳୁ, ପିଆଜ, ବ୍ରୋକଲି, ପଣସ, ଅମୃତଭଣ୍ଡା ଅମଳ ହୋଇସାରିଛି। ଲୋକେ ଧୋନୀଙ୍କ ଅର୍ଗାନିକ ପନିପରିବାକୁ ବହୁ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri