Categories: ଜାତୀୟ

୨୦ ଲକ୍ଷରେ ନିଟ୍‌ ସିଟ୍‌ ବିକ୍ରି, ସିବିଆଇ ସୂଚନା…

ନୂଆଦିଲ୍ଲୀ, ୧୯।୭ : ନିଟ୍‌ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଏକ ଠକେଇ ବିଷୟରେ ବଡ଼ ଧରଣର ପର୍ଦ୍ଦାଫାଶ୍‌ ହୋଇଛି। ସିବିଆଇ ସୂତ୍ରରୁ ପ୍ରକାଶ ଯେ ଗୋଟିଏ ଗୋଟିଏ ମେଡିକାଲ ସିଟ ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ଠକେଇ କରିଥିବା ର଼୍ୟାକେଟ ଟଙ୍କା ବଦଳରେ ମେଡିକାଲର ଏକ ସିଟ୍‌ ଦେଇଥିଲେ। ର଼୍ୟାକେଟ ଚାରିଟି ରାଜ୍ୟରେ ବ୍ୟାପିଥିଲା। ସୋମବାର ସିବିଆଇ ଏହି ମାମଲାରେ ୮ ଜଣଙ୍କୁ ଗିରଫ କରିଥିଲା। ଅନୁସନ୍ଧାନ ଏଜେନ୍ସିର ସୂତ୍ରରୁ ପ୍ରକାଶ ଯେ ପ୍ରତ୍ୟେକ ଆସନର ମୂଲ୍ୟ୨୦ ଲକ୍ଷ ଥିଲା। ସେଥିମଧ୍ୟରୁ ପାଞ୍ଚ ଲକ୍ଷ ଟଙ୍କା ନକଲି ପରକ୍ଷାର୍ଥୀଙ୍କୁ ଦିଆଯାଉଥିଲା। ଅବଶିଷ୍ଟ ପରିମାଣ ମଧ୍ୟସ୍ଥି ଏବଂ ଅନ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ ବୋଲି ସିବିଆଇ କହିଛି।

ସୂତ୍ରରୁ ପ୍ରକାଶ ଯେ ଏହି ମାମଲାରେ ଦିଲ୍ଲୀରୁ ନିଟ୍‌ ପ୍ରଶ୍ନପତ୍ର ସମାଧାନ କରିଥିବା ଆଠ ଜଣଙ୍କ ମଧ୍ୟରୁ ସିବିଆଇ ଗିରଫ କରିଛି। ଏହି ମାମଲାର ମାଷ୍ଟରମାଇଣ୍ଡ ସୁଶୀଲ ରଂଜନଙ୍କୁ ସଫଦରଜଙ୍ଗରୁ ଗିରଫ କରାଯାଇଥିଲ। ଯିଏ ସମାଧାନକାରୀ ନିଯୁକ୍ତ କରୁଥିଲେ ଏବଂ ଦେୟ ଗ୍ରହଣ କରୁଥିଲେ। ଅଧିକାରୀଙ୍କ କହିବାନୁସାରେ, ଏହି ର଼୍ୟାକେଟ ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ହରିୟାଣା ଆଦି ୪ ରାଜ୍ୟରେ ସକ୍ରିୟ ଅଛି। ଏହି ମାମଲାରେ ୧୧ ଜଣଙ୍କ ନାମ ହିଟ୍‌ ଲିଷ୍ଟରେ ରଖାଯାଇଛି ଏବଂ ଅନ୍ୟମାନଙ୍କୁ ଖୋଜା ଚାଲିଛି। ଅନୁସନ୍ଧାନର ପରିସର ବଢ଼ାଇବା ସହିତ ସିବିଆଇ ପ୍ରାର୍ଥୀମାନଙ୍କ ସହ କଥା ହେବ। ଏହାଦ୍ୱାରା କୋଚିଂ ପ୍ରତିଷ୍ଠାନଗୁଡ଼ିକର ଭୂମିକା ମଧ୍ୟ ସ୍କାନରକୁ ଆସିବ ବୋଲି କୁହାଯାଉଛି।

Share