ଅପମିଶ୍ରିତ, ନିମ୍ନମାନର ଖାଦ୍ୟ ବିକ୍ରି ବଢୁଛି

ନୟାଗଡ଼ ଅଫିସ, ୪।୬: ନୟାଗଡ଼ ଜିଲା ସଦର ମହକୁମା ନିକଟସ୍ଥ ଘଡୁଆଳର ଏକ ଜଳଖିଆ ଦୋକାନରେ ଇଡ୍‌ଲି ଓ ଘୁଗୁନିରୁ ପୋକ ବାହାରି ଥିଲା। ନୟାଗଡ଼ର ଏକ ପରିବାର ଖାଉଥିବାବେଳେ ପୋକ ବାହାରିବାରୁ ଅଭିଯୋଗ କରିଥିଲେ । ତେବେ ସୁଫଳ ମିଳି ନ ଥିଲା । ବରଂ ଦୋକାନୀ ଗ୍ରାହାକଙ୍କ ଅଭିଯୋଗକୁ ଅଣଦେଖା କରି ତାଙ୍କ ପ୍ରାପ୍ୟ ନେଲେ । ଖାଉଟି ତାଙ୍କ ଜଳଖିଆ ବାବଦ ଟଙ୍କା ଫୋନ ପେ’ରେ ପଇଠ କରି ଚାଲିଆସିଲେ । ଘଟଣା ସମ୍ପର୍କରେ ଫୋନ ଯୋଗେ ନୟାଗଡ଼ ଫୁଡ୍‌ ସେପ୍ଟି ଅଫିସରଙ୍କୁ ଯୋଗାଯୋଗ କରାଯାଇଥିଲା । ହେଲେ ଫୁଡ୍‌ ସେଫ୍ଟି ଅଫିସରଙ୍କ ଫୋନ ସୁଇଚ୍‌ ଅଫ୍‌ ଥିଲା। ଏନେଇ ସମ୍ପୃକ୍ତ ଗ୍ରାହାକ ଶୂନ୍ୟବିଜୟୀ ମିଶ୍ର କୁହନ୍ତି, ଘଡୁଆଳର ସାଉଥ୍‌ ଓଡ଼ିଶା ଟିଫିନ ସେଣ୍ଟରରେ ଶନିବାର ଇଡ୍‌ଲି ଘୁଗୁନି ଖାଉଥିଲେ। ଖାଦ୍ୟ ଖାଇବା ବେଳେ ଘୁଗୁନିରୁ ବାଇଗଣ ପୋକ ବାହାରିଥିଲା । ଦୋକାନୀଙ୍କୁ ପଚାରିବାରୁ ସେ କହିଥିଲେ ମୁଁ କ’ଣ କରିବି ପୋକଟି କାଢ଼ି ଖାଇ ଦିଅନ୍ତୁ । ନୟାଗଡ଼ ଜିଲା ସଦର ମହକୁମାରେ ଏପରି ଅନେକ ଦୋକାନ ଅଛି ଯେଉଁଠାରେ ପ୍ରତ୍ୟହ ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଛି । ହେଲେ ଫୁଡ୍‌ ସେଫ୍ଟି ଅଫିସର ଏହାର ତଦନ୍ତ କରୁ ନ ଥିବାରୁ ସୁଫଳ ମିଳୁନି ବୋଲି ଅଭିଯୋଗ ହୋଇଛି ା
ଜିଲା ସଦର ମହକୁମାରେ ଥିବା ହୋଟେଲ, ଜଳଖିଆ ଦୋକାନରେ ଅପରିଷ୍କାର ଓ ବାସୀ ଖାଦ୍ୟ ବିକ୍ରି ହେଉଛି ବୋଲି ଅଭିଯୋଗ ହେଉଛି। ଫୁଡ୍‌ ସେଫ୍ଟି ଅଫିସର ଠିକ୍‌ ଭାବରେ ଚଢ଼ାଉ କରୁ ନ ଥିବା ଓ ସାମ୍ପୁଲ ସଂଗ୍ରହ ଠିକ୍‌ରେ କରାଯାଉ ନ ଥିବାରୁ ଗ୍ରାହକ ଭଲ ଖାଦ୍ୟ ନଁାରେ ରୋଗ କିଣୁଛନ୍ତି । ଜିଲା ସଦର ମହକୁମାରେ ଖାଦ୍ୟ ଦୋକାନୀଙ୍କ ମନମାନି ବଢ଼ି ଚାଲିଛି । ଏନେଇ ଫୁଡ୍‌ ସେଫ୍ଟି ଅଫିସର ନବ ସାହୁଙ୍କୁ ମୋବାଇଲ ନଂ.୮୨୪୯୦ ୬୭୮୩୫ ନମ୍ବରକୁ ଯୋଗାଯୋଗ କରାଯାଇଥିଲା । ହେଲେ ତାଙ୍କର ଫୋନ ସୁଇଚ୍‌ଅପ୍‌ ଥିଲା । ଜିଲା ମୁଖ୍ୟ ଚିକିସତ୍ାଧିକାରୀ ମକରନ୍ଦ ବେଉରା କୁହନ୍ତି, ଫୁଡ୍‌ ସେଫ୍ଟିି ଅଫିସରଙ୍କ ଫୋନ ସୁଇଚ୍‌ ଅଫ୍‌ କାହିଁକି ଅଛି ଜଣାପଡିନାହିଁ । ତେବେ ସାମ୍ପୁଲ ସଂଗ୍ରହ ହେଉଛି । କିନ୍ତୁ ଷ୍ଟାଫ୍‌ କମ ଥିବାରୁ ଯାଞ୍ଚରେ ସମସ୍ୟା ସୃଷ୍ଟି ହେଉଛି । ତଥାପି ବ୍ଲକ ଓ ଜିଲା କାର୍ଯ୍ୟାଳୟ ସମେତ ସହରାଞ୍ଚଳକୁ ଗୁରୁତ୍ୱ ଦିଆଯାଉଛି । ଇଡ୍‌ଲି ଓ ଘୁଗୁନିରୁ ପୋକ ବାହାରିବା ଉପରେ ତଦନ୍ତ କରାଯିବ । ଘଟଣା ସମ୍ପର୍କରେ ଫୁଡ୍‌ ସେଫ୍ଟି ଅଫିସରଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ। ତେବେ ଅଭିଯୋଗକାରୀ ଅଭିଯୋଗ କରିବା ଦରକାର ବୋଲି କହିଛନ୍ତି। ରଣପୁରର ସୁଦାମ ନାୟକ, ନୟାଗଡ଼ର ମିନତୀ ବାରିକ, ଦଶପଲ୍ଲାର ଟିକି ପଲେଇ କୁହନ୍ତି ବଜାରରେ ଅପମିଶ୍ରଣ ଓ ନିମ୍ନମାନର ଖାଦ୍ୟ ପଦାର୍ଥ ବିକ୍ରି ହେଉଛି। କେଉଁଟା ଭଲ ଓ ମନ୍ଦ ଆଖିକୁ ଜଣାପଡୁନି। ଗ୍ରାହକ ତଟକା ଖାଦ୍ୟ ନଁାରେ ବାସୀ ଓ ଦୂଷିତ ଖାଦ୍ୟ ଖାଉଛନ୍ତି। ଅଭିଯୋଗ କଲେ ସୁଫଳ ମିଳୁନି । ଫୁଡ ସେପ୍ଟି ଅଫିସର ଏହାକୁ ଗୁରୁତର ସହ ନେଇ ଯାଞ୍ଚ କରିବା ଦରକାର। କର୍ମଚାରୀ ଅଭାବ ଦର୍ଶାଇ ସ୍ବାସ୍ଥ୍ୟ ବିଭାଗ ଯେଉଁ ଭଳି ଢ଼ଙ୍ଗରେ ଯାଞ୍ଚ ଓ ଧରପଗଡକୁ ଅଣଦେଖା କରୁଛି କେତେବେଳେ କ’ଣ ହେବ କହି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri