ଅପମିଶ୍ରିତ, ନିମ୍ନମାନର ଖାଦ୍ୟ ବିକ୍ରି ବଢୁଛି

ନୟାଗଡ଼ ଅଫିସ, ୪।୬: ନୟାଗଡ଼ ଜିଲା ସଦର ମହକୁମା ନିକଟସ୍ଥ ଘଡୁଆଳର ଏକ ଜଳଖିଆ ଦୋକାନରେ ଇଡ୍‌ଲି ଓ ଘୁଗୁନିରୁ ପୋକ ବାହାରି ଥିଲା। ନୟାଗଡ଼ର ଏକ ପରିବାର ଖାଉଥିବାବେଳେ ପୋକ ବାହାରିବାରୁ ଅଭିଯୋଗ କରିଥିଲେ । ତେବେ ସୁଫଳ ମିଳି ନ ଥିଲା । ବରଂ ଦୋକାନୀ ଗ୍ରାହାକଙ୍କ ଅଭିଯୋଗକୁ ଅଣଦେଖା କରି ତାଙ୍କ ପ୍ରାପ୍ୟ ନେଲେ । ଖାଉଟି ତାଙ୍କ ଜଳଖିଆ ବାବଦ ଟଙ୍କା ଫୋନ ପେ’ରେ ପଇଠ କରି ଚାଲିଆସିଲେ । ଘଟଣା ସମ୍ପର୍କରେ ଫୋନ ଯୋଗେ ନୟାଗଡ଼ ଫୁଡ୍‌ ସେପ୍ଟି ଅଫିସରଙ୍କୁ ଯୋଗାଯୋଗ କରାଯାଇଥିଲା । ହେଲେ ଫୁଡ୍‌ ସେଫ୍ଟି ଅଫିସରଙ୍କ ଫୋନ ସୁଇଚ୍‌ ଅଫ୍‌ ଥିଲା। ଏନେଇ ସମ୍ପୃକ୍ତ ଗ୍ରାହାକ ଶୂନ୍ୟବିଜୟୀ ମିଶ୍ର କୁହନ୍ତି, ଘଡୁଆଳର ସାଉଥ୍‌ ଓଡ଼ିଶା ଟିଫିନ ସେଣ୍ଟରରେ ଶନିବାର ଇଡ୍‌ଲି ଘୁଗୁନି ଖାଉଥିଲେ। ଖାଦ୍ୟ ଖାଇବା ବେଳେ ଘୁଗୁନିରୁ ବାଇଗଣ ପୋକ ବାହାରିଥିଲା । ଦୋକାନୀଙ୍କୁ ପଚାରିବାରୁ ସେ କହିଥିଲେ ମୁଁ କ’ଣ କରିବି ପୋକଟି କାଢ଼ି ଖାଇ ଦିଅନ୍ତୁ । ନୟାଗଡ଼ ଜିଲା ସଦର ମହକୁମାରେ ଏପରି ଅନେକ ଦୋକାନ ଅଛି ଯେଉଁଠାରେ ପ୍ରତ୍ୟହ ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଛି । ହେଲେ ଫୁଡ୍‌ ସେଫ୍ଟି ଅଫିସର ଏହାର ତଦନ୍ତ କରୁ ନ ଥିବାରୁ ସୁଫଳ ମିଳୁନି ବୋଲି ଅଭିଯୋଗ ହୋଇଛି ା
ଜିଲା ସଦର ମହକୁମାରେ ଥିବା ହୋଟେଲ, ଜଳଖିଆ ଦୋକାନରେ ଅପରିଷ୍କାର ଓ ବାସୀ ଖାଦ୍ୟ ବିକ୍ରି ହେଉଛି ବୋଲି ଅଭିଯୋଗ ହେଉଛି। ଫୁଡ୍‌ ସେଫ୍ଟି ଅଫିସର ଠିକ୍‌ ଭାବରେ ଚଢ଼ାଉ କରୁ ନ ଥିବା ଓ ସାମ୍ପୁଲ ସଂଗ୍ରହ ଠିକ୍‌ରେ କରାଯାଉ ନ ଥିବାରୁ ଗ୍ରାହକ ଭଲ ଖାଦ୍ୟ ନଁାରେ ରୋଗ କିଣୁଛନ୍ତି । ଜିଲା ସଦର ମହକୁମାରେ ଖାଦ୍ୟ ଦୋକାନୀଙ୍କ ମନମାନି ବଢ଼ି ଚାଲିଛି । ଏନେଇ ଫୁଡ୍‌ ସେଫ୍ଟି ଅଫିସର ନବ ସାହୁଙ୍କୁ ମୋବାଇଲ ନଂ.୮୨୪୯୦ ୬୭୮୩୫ ନମ୍ବରକୁ ଯୋଗାଯୋଗ କରାଯାଇଥିଲା । ହେଲେ ତାଙ୍କର ଫୋନ ସୁଇଚ୍‌ଅପ୍‌ ଥିଲା । ଜିଲା ମୁଖ୍ୟ ଚିକିସତ୍ାଧିକାରୀ ମକରନ୍ଦ ବେଉରା କୁହନ୍ତି, ଫୁଡ୍‌ ସେଫ୍ଟିି ଅଫିସରଙ୍କ ଫୋନ ସୁଇଚ୍‌ ଅଫ୍‌ କାହିଁକି ଅଛି ଜଣାପଡିନାହିଁ । ତେବେ ସାମ୍ପୁଲ ସଂଗ୍ରହ ହେଉଛି । କିନ୍ତୁ ଷ୍ଟାଫ୍‌ କମ ଥିବାରୁ ଯାଞ୍ଚରେ ସମସ୍ୟା ସୃଷ୍ଟି ହେଉଛି । ତଥାପି ବ୍ଲକ ଓ ଜିଲା କାର୍ଯ୍ୟାଳୟ ସମେତ ସହରାଞ୍ଚଳକୁ ଗୁରୁତ୍ୱ ଦିଆଯାଉଛି । ଇଡ୍‌ଲି ଓ ଘୁଗୁନିରୁ ପୋକ ବାହାରିବା ଉପରେ ତଦନ୍ତ କରାଯିବ । ଘଟଣା ସମ୍ପର୍କରେ ଫୁଡ୍‌ ସେଫ୍ଟି ଅଫିସରଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ। ତେବେ ଅଭିଯୋଗକାରୀ ଅଭିଯୋଗ କରିବା ଦରକାର ବୋଲି କହିଛନ୍ତି। ରଣପୁରର ସୁଦାମ ନାୟକ, ନୟାଗଡ଼ର ମିନତୀ ବାରିକ, ଦଶପଲ୍ଲାର ଟିକି ପଲେଇ କୁହନ୍ତି ବଜାରରେ ଅପମିଶ୍ରଣ ଓ ନିମ୍ନମାନର ଖାଦ୍ୟ ପଦାର୍ଥ ବିକ୍ରି ହେଉଛି। କେଉଁଟା ଭଲ ଓ ମନ୍ଦ ଆଖିକୁ ଜଣାପଡୁନି। ଗ୍ରାହକ ତଟକା ଖାଦ୍ୟ ନଁାରେ ବାସୀ ଓ ଦୂଷିତ ଖାଦ୍ୟ ଖାଉଛନ୍ତି। ଅଭିଯୋଗ କଲେ ସୁଫଳ ମିଳୁନି । ଫୁଡ ସେପ୍ଟି ଅଫିସର ଏହାକୁ ଗୁରୁତର ସହ ନେଇ ଯାଞ୍ଚ କରିବା ଦରକାର। କର୍ମଚାରୀ ଅଭାବ ଦର୍ଶାଇ ସ୍ବାସ୍ଥ୍ୟ ବିଭାଗ ଯେଉଁ ଭଳି ଢ଼ଙ୍ଗରେ ଯାଞ୍ଚ ଓ ଧରପଗଡକୁ ଅଣଦେଖା କରୁଛି କେତେବେଳେ କ’ଣ ହେବ କହି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?