ବିବାହ ଋତୁରେ ବିକ୍ରି ଅଭିବୃଦ୍ଧି ଆକଳନ

ନୂଆଦିଲ୍ଲୀ,୪।୧୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷର ପାର୍ବଣ ବିକ୍ରି (ଫେଷ୍ଟିଭ ସେଲ୍‌ସ) ପରେ ପରେ ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମ୍‌ଏସ୍‌ଆଇଏଲ୍‌)ପକ୍ଷରୁ େଓଡିଂ ସେଲ୍‌ସ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଉ କିଛି ଦିନ ପରେ ସାରା ଦେଶରେ ବିବାହ ଋତୁ ଆରମ୍ଭ ହେବ। ଏହି ସମୟ ମଧ୍ୟରେ ବ୍ରାଣ୍ଡ୍‌ (କମ୍ପାନି) ବଡ଼ କାରବାର ପାଇଁ ବ୍ୟାପକ ପ୍ରସ୍ତୁତି କରୁଥିବାବେଳେ ପାର୍ବଣ କାରବାର ପରି ବିବାହ କାରବାରରେ ମଧ୍ୟ ବିକ୍ରି ଅଭିବୃଦ୍ଧି ହାସଲ କରିବାକୁ ଏମ୍‌ଏସ୍‌ଆଇଏଲ୍‌ ପକ୍ଷରୁ ଆକଳନ କରାଯାଇଛି।
ସେହିଭଳି ୨୦୨୪ ଅକ୍ଟୋବରରେ ଏମ୍‌ଏସ୍‌ଆଇଏଲର ଖୁଚୁରା ବିକ୍ରି ୨,୦୨,୪୦୨ ୟୁନିଟ ଥିଲାବେଳେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷର ସମାନ ଅବଧି ମଧ୍ୟରେ ପ୍ରାୟ ୨୩% ବିକ୍ରି ବୃଦ୍ଧି ଘଟିଛି। ଏପରିକି ୨୦୨୦ରେ ମଧ୍ୟ ଏମ୍‌ଏସ୍‌ଆଇଏଲର ଖୁଚୁରା ବିକ୍ରି ୧,୯୧,୪୭୬ ୟୁନିଟ ଥିଲା।
ସେହିପରି ପାର୍ବଣ ବିକ୍ରିର ଉତ୍ସାହ ଅନୁଯାୟୀ ବ୍ରାଣ୍ଡ୍‌ ପକ୍ଷରୁ ବିବାହ ଋତୁରେ ମଧ୍ୟ ଭଲ କାରବାର ସହ ନଭେମ୍ବରରେ ପ୍ରାୟ ୫% ବିକ୍ରି ଅଭିବୃଦ୍ଧିର ଆକଳନ କରାଯାଇଛି। ଏପରିକି ଆକର୍ଷଣୀୟ ଅଫର ଓ ରିହାତି ସାଙ୍ଗକୁ ନୂତନ ମଡେଲ ଆଶାୟୀ ଗ୍ରାହକଙ୍କୁ ବେଶ୍‌ ସହାୟ ହେବ ବୋଲି କମ୍ପାନି ପକ୍ଷରୁ ମତବ୍ୟକ୍ତ କରାଯାଇଛି।
ଏ ସମ୍ପର୍କରେ ଏମ୍‌ଏସ୍‌ଆଇଏଲର ଏସ୍‌ଇଓ (ଏମ୍‌ ଆଣ୍ଡ ଏସ୍‌) ପାର୍ଥୋ ବାନାର୍ଜୀ କହିଥିଲେ, ଆମେ ଚଳିତ ବର୍ଷର ଅକ୍ଟୋବର ବିକ୍ରି ବୃଦ୍ଧି ଭଳି ନଭେମ୍ବର ମାସର ସ୍ବତନ୍ତ୍ର ବିକ୍ରି ଅଭିବୃଦ୍ଧି ପାଇଁ ଆଶାବ୍ୟକ୍ତ କରିଛୁ। ଏପରିକି ଚଳିତ ବିବାହ ଋତୁରେ ଆମେ ପ୍ରାୟ ୪ରୁ ୫%ର ବିକ୍ରି ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛୁ। ସେହିଭଳି ବିବାହ ସମୟରେ ଉପହାର ଉପଯୋଗୀ କାର୍‌ ସମ୍ଭାରର ଲମ୍ବା ଲାଇନ ଆମ ପାଖରେ ରହିଥିଲାବେଳେ ବ୍ରାଣ୍ଡ୍‌ ବିଭିନ୍ନ ମଡେଲ ଉପରେ ଆକର୍ଷଣୀୟ ସୁବିଧା ମଧ୍ୟ ଉପଲବ୍ଧ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri