Posted inରାଜ୍ୟ

ଦୀପାବଳି: ବିକ୍ରି, ଫୁଟାଇବା ନିଷିଦ୍ଧ

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଆସନ୍ତା ୧୪ ତାରିଖରେ ଦୀପାବଳି ପାଳିତ ହେବ। ଆଲୋକର ଏହି ପର୍ବରେ ବାଣ ବିକ୍ରି କିମ୍ବା ଫୁଟାଇବାକୁ ନିଷେଧ କରାଯାଇଛି। ନଭେମ୍ବର ୧୦ରୁ ୩୦ ଯାଏ ବାଣ ବିକ୍ରି କିମ୍ବା ଫୁଟାଯିବ ନାହିଁ। କରୋନା ସଂକ୍ରମଣ ତଥା ଜନସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
କୌଣସି ବ୍ୟକ୍ତି ବାଣ ବିକ୍ରି କିମ୍ବା ଫୁଟାଇବା ନିଷେଧାଦେଶକୁ ଅବମାନନା କଲେ ବିପର୍ଯ୍ୟୟ ପରିଚାଳନା ଆଇନ ତଥା ଅନ୍ୟ ସମ୍ପୃକ୍ତ ନିୟମଧାରା ଅନୁଯାୟୀ ଦଣ୍ଡିତ ହେବେ। ପ୍ରଶାସନ ଓ ପୋଲିସକୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାଣ ଫୁଟାଇବା ଦ୍ୱାରା ଅଧିକ ମାତ୍ରାରେ ନାଇଟ୍ରସ୍‌ ଅକ୍ସାଇଡ, ସଲ୍‌ଫର ଡାଇଅକ୍ସାଇଡ, କାର୍ବନ ମନୋକ୍‌ସାଇଡ ଭଳି କ୍ଷତିକାରକ ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ। ତାହା ଶ୍ୱାସଜନିତ ରୋଗୀଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ। ଗୃହ ପୃଥକ୍‌ ବାସରେ ରହିଥିବା କୋଭିଡ୍‌-୧୯ ସଂକ୍ରମିତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଆହୁରି ବିଗାଡ଼ି ଦେବାର ଆଶଙ୍କା ରହିଛି। ଆଲୋକର ପର୍ବକୁ ପାରମ୍ପରିକ ମାଟି ଦୀପ, ମହମବତି ତଥା ଅନ୍ୟାନ୍ୟ ଆଲୋକୀକରଣ ପଦାର୍ଥ ବ୍ୟବହାର କରି ପାଳନ କରାଯାଇ ପାରିବ। ଲୋକଙ୍କ ଜୀବନରକ୍ଷା ନିମନ୍ତେ ବିଶ୍ୱ ମହାମାରୀ ବିରୋଧରେ ଜାରି ଏହି ଯୁଦ୍ଧରେ ସରକାର ରାଜ୍ୟବାସୀଙ୍କ ପୂର୍ଣ୍ଣ ସହଯୋଗ କାମନା କରିଛନ୍ତି।
ଓଡ଼ିଶା ସରକାରଙ୍କ ଦ୍ୱାରା ନିଆଯାଇଥିବା ଆଗୁଆ ପଦକ୍ଷେପ ଓ ଜନସାଧାରଣଙ୍କ ସହଯୋଗ ଯୋଗୁ କୋଭିଡ୍‌-୧୯ ମହାମାରୀକୁ ରାଜ୍ୟରେ ଯଥେଷ୍ଟ ପରିମାଣରେ ନିୟନ୍ତ୍ରଣ କରାଯାଇ ପାରିଛି। ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟିଥିଲେ ସୁଦ୍ଧା ବିପଦ ଏବେ ମଧ୍ୟ ରହିଛି। ଦେଶରେ ତଥା ବିଶ୍ୱର କେତେକ ଅଞ୍ଚଳରେ କୋଭିଡ୍‌-୧୯ ସଂକ୍ରାନ୍ତ ସତର୍କତାମୂଳକ ପଦକ୍ଷେପ କଡ଼ାକଡ଼ି ଅନୁପାଳନ ହେଉ ନ ଥିବାରୁ ସେସବୁ ଅଞ୍ଚଳରେ ପୁନଃ ସଂକ୍ରମଣ ଦେଖାଦେଇଛି। ଏଥିପାଇଁ ବିଶ୍ୱର ଅନେକ ଦେଶ କରୋନା ଅଧିକ ନ ବ୍ୟାପିବା ଓ ତାହାର ପୁନଃ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ ତଥା ଅନ୍ୟ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି। ଅନ୍ତର୍ଜାତୀୟ ଅଭିଜ୍ଞତାରୁ ଜଣାପଡେ ଯେ, ଆସନ୍ତା ଶୀତ ଋତୁରେ ମହାମାରୀ ଅଧିକ ବ୍ୟାପିବାର ସମ୍ଭାବନା ରହିଛି। ଏଥିରେ ବୈଜ୍ଞାନିକମାନେ ସହମତ ହୋଇଛନ୍ତି। ସାଧାରଣ ଭାବେ ଶୀତଦିନେ ବୟସ୍କ, ପିଲା, ଅନ୍ୟରୋଗ ଥିବା ବ୍ୟକ୍ତିଙ୍କର ଶ୍ୱାସଜନିତ ସମସ୍ୟା ବୃଦ୍ଧି ଘଟେ। ପୁଣି ବାୟୁ ପ୍ରଦୂଷଣ ସାଙ୍ଗକୁ ବାୟୁମଣ୍ଡଳର ଭାସମାନ କଣିକାର ଅଧିକ ମିଶ୍ରଣ ଯୋଗୁ ଶ୍ୱାସଜନିତ ସମସ୍ୟା ଆହୁରି ଗୁରୁତର ହୋଇପଡିବା ଆଶଙ୍କା ରହିଛି। ଏସବୁକୁ ଦୃଷ୍ଟିରେ ରଖି ବାଣ ବିକ୍ରି ଓ ଫୁଟାଇବାକୁ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri