Posted inରାଜ୍ୟ

ଦୀପାବଳି: ବିକ୍ରି, ଫୁଟାଇବା ନିଷିଦ୍ଧ

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଆସନ୍ତା ୧୪ ତାରିଖରେ ଦୀପାବଳି ପାଳିତ ହେବ। ଆଲୋକର ଏହି ପର୍ବରେ ବାଣ ବିକ୍ରି କିମ୍ବା ଫୁଟାଇବାକୁ ନିଷେଧ କରାଯାଇଛି। ନଭେମ୍ବର ୧୦ରୁ ୩୦ ଯାଏ ବାଣ ବିକ୍ରି କିମ୍ବା ଫୁଟାଯିବ ନାହିଁ। କରୋନା ସଂକ୍ରମଣ ତଥା ଜନସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
କୌଣସି ବ୍ୟକ୍ତି ବାଣ ବିକ୍ରି କିମ୍ବା ଫୁଟାଇବା ନିଷେଧାଦେଶକୁ ଅବମାନନା କଲେ ବିପର୍ଯ୍ୟୟ ପରିଚାଳନା ଆଇନ ତଥା ଅନ୍ୟ ସମ୍ପୃକ୍ତ ନିୟମଧାରା ଅନୁଯାୟୀ ଦଣ୍ଡିତ ହେବେ। ପ୍ରଶାସନ ଓ ପୋଲିସକୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାଣ ଫୁଟାଇବା ଦ୍ୱାରା ଅଧିକ ମାତ୍ରାରେ ନାଇଟ୍ରସ୍‌ ଅକ୍ସାଇଡ, ସଲ୍‌ଫର ଡାଇଅକ୍ସାଇଡ, କାର୍ବନ ମନୋକ୍‌ସାଇଡ ଭଳି କ୍ଷତିକାରକ ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ। ତାହା ଶ୍ୱାସଜନିତ ରୋଗୀଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ। ଗୃହ ପୃଥକ୍‌ ବାସରେ ରହିଥିବା କୋଭିଡ୍‌-୧୯ ସଂକ୍ରମିତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଆହୁରି ବିଗାଡ଼ି ଦେବାର ଆଶଙ୍କା ରହିଛି। ଆଲୋକର ପର୍ବକୁ ପାରମ୍ପରିକ ମାଟି ଦୀପ, ମହମବତି ତଥା ଅନ୍ୟାନ୍ୟ ଆଲୋକୀକରଣ ପଦାର୍ଥ ବ୍ୟବହାର କରି ପାଳନ କରାଯାଇ ପାରିବ। ଲୋକଙ୍କ ଜୀବନରକ୍ଷା ନିମନ୍ତେ ବିଶ୍ୱ ମହାମାରୀ ବିରୋଧରେ ଜାରି ଏହି ଯୁଦ୍ଧରେ ସରକାର ରାଜ୍ୟବାସୀଙ୍କ ପୂର୍ଣ୍ଣ ସହଯୋଗ କାମନା କରିଛନ୍ତି।
ଓଡ଼ିଶା ସରକାରଙ୍କ ଦ୍ୱାରା ନିଆଯାଇଥିବା ଆଗୁଆ ପଦକ୍ଷେପ ଓ ଜନସାଧାରଣଙ୍କ ସହଯୋଗ ଯୋଗୁ କୋଭିଡ୍‌-୧୯ ମହାମାରୀକୁ ରାଜ୍ୟରେ ଯଥେଷ୍ଟ ପରିମାଣରେ ନିୟନ୍ତ୍ରଣ କରାଯାଇ ପାରିଛି। ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟିଥିଲେ ସୁଦ୍ଧା ବିପଦ ଏବେ ମଧ୍ୟ ରହିଛି। ଦେଶରେ ତଥା ବିଶ୍ୱର କେତେକ ଅଞ୍ଚଳରେ କୋଭିଡ୍‌-୧୯ ସଂକ୍ରାନ୍ତ ସତର୍କତାମୂଳକ ପଦକ୍ଷେପ କଡ଼ାକଡ଼ି ଅନୁପାଳନ ହେଉ ନ ଥିବାରୁ ସେସବୁ ଅଞ୍ଚଳରେ ପୁନଃ ସଂକ୍ରମଣ ଦେଖାଦେଇଛି। ଏଥିପାଇଁ ବିଶ୍ୱର ଅନେକ ଦେଶ କରୋନା ଅଧିକ ନ ବ୍ୟାପିବା ଓ ତାହାର ପୁନଃ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ ତଥା ଅନ୍ୟ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି। ଅନ୍ତର୍ଜାତୀୟ ଅଭିଜ୍ଞତାରୁ ଜଣାପଡେ ଯେ, ଆସନ୍ତା ଶୀତ ଋତୁରେ ମହାମାରୀ ଅଧିକ ବ୍ୟାପିବାର ସମ୍ଭାବନା ରହିଛି। ଏଥିରେ ବୈଜ୍ଞାନିକମାନେ ସହମତ ହୋଇଛନ୍ତି। ସାଧାରଣ ଭାବେ ଶୀତଦିନେ ବୟସ୍କ, ପିଲା, ଅନ୍ୟରୋଗ ଥିବା ବ୍ୟକ୍ତିଙ୍କର ଶ୍ୱାସଜନିତ ସମସ୍ୟା ବୃଦ୍ଧି ଘଟେ। ପୁଣି ବାୟୁ ପ୍ରଦୂଷଣ ସାଙ୍ଗକୁ ବାୟୁମଣ୍ଡଳର ଭାସମାନ କଣିକାର ଅଧିକ ମିଶ୍ରଣ ଯୋଗୁ ଶ୍ୱାସଜନିତ ସମସ୍ୟା ଆହୁରି ଗୁରୁତର ହୋଇପଡିବା ଆଶଙ୍କା ରହିଛି। ଏସବୁକୁ ଦୃଷ୍ଟିରେ ରଖି ବାଣ ବିକ୍ରି ଓ ଫୁଟାଇବାକୁ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri