Posted inଖେଳ

ଯୌନ, ଭାବନାତ୍ମକ ଶୋଷଣ ଅଭିଯୋଗରେ ସାଲାଜାର ଆଜୀବନ ବାସନ୍ଦ

ଟୋକିଓ,୨୮।୭(ଏପି): ଟ୍ରାକ୍‌ କୋଚ୍‌ ଆଲବେର୍ଟୋ ସାଲାଜାର ଯୌନ ଓ ଭାବନାତ୍ମକ ଶୋଷଣ ଅଭିଯୋଗରେ ଆଜୀବନ ବାସନ୍ଦ ହୋଇଛନ୍ତି। ୟୁଏସ୍‌ ସେଣ୍ଟର ଫର୍‌ ସେଫ୍‌ସ୍ପୋର୍ଟ ଦ୍ୱାରା ସେ ସ୍ଥାୟୀ ଭାବେ ବାସନ୍ଦ ହୋଇଛନ୍ତି। ଏହି ବାସନ୍ଦାଦେଶ ବିରୋଧରେ ସାଲାଜାର ୧୦ ଦିନ ମଧ୍ୟରେ ଅପିଲ୍‌ କରିପାରିବେ। ତେବେ ଏ ନେଇ ହୋଇଥିବା ତଦନ୍ତ ସଂକ୍ରାନ୍ତରେ ସେଫ୍‌ସ୍ପୋର୍ଟ ସେଣ୍ଟର ଅଧିକ କିଛି ସୂଚନା ଦେଇନାହିଁ।
୨୦୧୯ରେ ମେରି କେନ, କାରା ଗୋଚର ଓ ଆମି ୟୋଡର ବେଗ୍‌ଲି ସାଲାଜାରଙ୍କ ବିପକ୍ଷରେ ଏଭଳି ଅଭିଯୋଗ ଆଣିଥିଲେ। ସେତେବେଳେ ଏହି ରନରମାନେ ନାଇକ ଓରେଗୋନ ପ୍ରୋଜେକ୍ଟ ଟିମ୍‌ରେ ସାମିଲ ଥିଲେ ଓ ସାଲାଜାରଙ୍କ ସହିତ କାର୍ଯ୍ୟ କରୁଥିଲେ। ପୂର୍ବରୁ ୨୦୨୦ରେ ସାଲାଜାରଙ୍କୁ ଅସ୍ଥାୟୀ ଭାବେ ବାସନ୍ଦ କରାଯାଇଥିଲା। ତେବେ ସୋମବାର ତାଙ୍କୁ ସ୍ଥାୟୀ ଭାବେ ବ୍ୟାନ୍‌ କରାଯାଇଛି। କ୍ରୀଡ଼ାରେ କୌଣସି ପ୍ରକାର ଶୋଷଣକୁ ବରଦାସ୍ତ କରାଯିବ ନାହିଁ ବୋଲି ଫେଡେରେଶନ ତରଫରୁ ସ୍ପଷ୍ଟ କରାଯାଇଛି। ୮୦ ଦଶକ ଆରମ୍ଭରେ ୬୨ ବର୍ଷୀୟ ସାଲାଜାର ବୋଷ୍ଟନ ଓ ନ୍ୟୁୟର୍କ ମାରାଥନରେ ଚାମ୍ପିୟନ ହୋଇଥିଲେ। ସେ ଅଲିମ୍ପିକ୍‌ ମେଡାଲିଷ୍ଟ ମୋ ଫରାହା ଓ ଗାଲେନ ରୁପ୍‌ଙ୍କ ଭଳି ଆଥ୍‌ଲେଟଙ୍କ କୋଚ ରହିଥିଲେ। ଏହି ବାସନ୍ଦାଦେଶ ନେଇ ସେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ୨୦୧୯ରେ ମଧ୍ୟ ସେ ଡୋପିଂ ବ୍ୟାନ୍‌ର ସମ୍ମୁଖୀନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri