Categories: ଜାତୀୟ

୮ ଲକ୍ଷ ପର୍ଯ୍ୟନ୍ତ ଦରମା ହେବ ଟ୍ୟାକ୍ସ ଫ୍ରି, ଫାଇଲ ପ୍ରସ୍ତୁତ

ନୂଆଦିଲ୍ଲୀ, ୨୬।୧: ଦେଶର ସାଧାରଣ ବଜେଟ୍‌ର ଉପସ୍ଥାପନା ପାଇଁ ମାତ୍ର ୫ଦିନ ବାକି ଅଛି। ଏହାର ଅର୍ଥ ହେଉଛି ଦେଶର ମଧ୍ୟବର୍ତ୍ତୀ ବଜେଟ ୧ ଫେବୃଆରୀ ୨୦୨୪ରେ ଉପସ୍ଥାପିତ ହେବ। ବଜେଟ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂତ୍ର ଦାବି କରିଛି ଏହି ବଜେଟରେ କାର୍ଯ୍ୟରତ ଲୋକମାନେ ମଧ୍ୟ ଭଲ ଖବର ପାଇବେ। କୁହାଯାଉଛି ଯେ ବର୍ତ୍ତମାନ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଦରମା ଟିକସମୁକ୍ତ ହେବ। ତେବେ ଏପର୍ଯ୍ୟନ୍ତ ଏନେଇ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ। ଏଥିପାଇଁ ଆପଣଙ୍କୁ ୧ ଫେବୃଆରୀକୁ ଅପେକ୍ଷା କରିବାକୁ ପଡ଼ିବ। ବଜେଟରେ ଟିକସଦାତାଙ୍କୁ ବଡ଼ ଛୁଟ୍‌ ମିଳିବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ଏହା ଏକ ନିର୍ବାଚନ ବର୍ଷ । ତେଣୁ ପ୍ରତ୍ୟେକ ବିଭାଗକୁ ଦୃଷ୍ଟିରେ ରଖି ସରକାର ବଜେଟ ଉପସ୍ଥାପନ କରିବେ। ଏହା କୁହାଯାଉଛି ଯେ ଟିକସଦାତାଙ୍କୁ ଖୁସି କରିବା ପାଇଁ ନୂତନ ଟିକସ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ ହେବାର ଖବର ରହିଛି। ବର୍ତ୍ତମାନ ଥିବା ଟିକସ ଛାଡ଼ ହେଉଛି ୭ ଲକ୍ଷ ଟଙ୍କା। ଏହାକୁ ୭.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରିବ । ଅର୍ଥାତ୍‌ ୫୦ହଜାର ଟଙ୍କା ଅତିରିକ୍ତ ରିହାତି ଦିଆଯାଇପାରେ। ତେବେ ଗତ ବଜେଟରେ ଏହି ସୀମା ୫ ଲକ୍ଷରୁ ୭ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା।

Share