Categories: ଜାତୀୟ

ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ, ଚାକର ନେଲେ ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୨୬।୮:ଦିଲ୍ଲୀର ନଜଫ୍‌ଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ ଏକ ଚରମ ନିଷ୍ପତ୍ତି ନେଇଛନ୍ତି ଚାକର। ସେ ମାଲିକଙ୍କ ହତ୍ୟା କରି ତାଙ୍କ ମୃତଦେହକୁ କୂଅରେ ପକାଇଦେଇଛନ୍ତି। କରୋନା ଯୋଗୁ ଡାଏରୀ ଫାର୍ମରେ ସେତେଟା ଲାଭ ହେଉ ନ ଥିବାରୁ ମାଲିକ ଓମ ପ୍ରକାଶ ସେଠାରେ କାମ କରୁଥିବା ନସଲୀମକୁ କମ୍‌ ଦରମାରେ କାମ କରିବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଓମପ୍ରକାଶ ନସଲୀମଙ୍କୁ ଏକ ଚାପୁଡା ମାରିଥିଲେ। ଏହି ରାଗରେ ନସଲୀମ ରାତିରେ ମାଲିକଙ୍କ ଉପରେ ଆକ୍ରମଣ କରିଥିଲେ। ଏକ ଛୁରିରେ ତାଙ୍କ ବେକକୁ କାଟିଦେଇଥିଲେ। ଏହାପରେ ତାଙ୍କ ମୃତଶରୀରକୁ ନେଇ ପାଖରେ ଥିବା ଏକ କୂଅ ଭିତରେ ଫୋପାଡି ଦେଇଥିଲେ। ମୃତକଙ୍କ ପରିଜନମାନେ ଓପପ୍ରକାଶ କୁଆଡେ ଯାଇଛନ୍ତି ବୋଲି ପଚାରିବାରୁ ନସଲୀମ ବଜାରକୁ ଯାଇଥିବା କହିଥିଲେ। ଏହାପରେ ଧରା ପଡିବା ଭୟରେ ମାଲିକଙ୍କ ବାଇକ୍‌ ଏବଂ ମୋବାଇଲ୍‌ ଧରି ଫେରାର ହୋଇଯାଇଥିଲେ ନସଲୀମ। ସନ୍ଦେହ ହେବାରୁ ମୃତକଙ୍କ ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ। ପାଖ କୂଅରୁ ଦୁର୍ଗନ୍ଧ ଆସିବାରୁ ପୋଲିସର ଏକ ଟିମ୍‌ କୂଅରୁ ଓମପ୍ରକାଶଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

Share