Posted inଜାତୀୟ

ବିଏଲ୍‌ଓ, ସୁପରଭାଇଜରଙ୍କ ପାରିଶ୍ରମିକ ବଢ଼ିଲା

ନୂଆଦିଲ୍ଲୀ,୩୦ା୧୧: ନିର୍ବାଚନ କମିଶନ ଶନିବାର ବୁଥ୍‌ସ୍ତରୀୟ ଅଫିସର (ବିଏଲ୍‌ଓ)ମାନଙ୍କ ପାରିଶ୍ରମିକକୁ ୬,୦୦୦ ଟଙ୍କାରୁ ୧୨,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିପରି ବିଏଲ୍‌ଓ ସୁପରଭାଇଜରମାନଙ୍କ ପାରିଶ୍ରମିକ ୧୨,୦୦୦ ଟଙ୍କାରୁ ୧୮,୦୦୦ ଟଙ୍କାକୁ ବଢ଼ାଇ ଦିଆଯାଇଛି। ପ୍ରତି ନିର୍ବାଚନ ସହ ଜଡ଼ିତ ପୂରା ପ୍ରକ୍ରିୟା କାଳ ପାଇଁ ଏହି ବର୍ଦ୍ଧିତ ପାରିଶ୍ରମିକ ମିଳିବ।

ନିର୍ବାଚନ ପଞ୍ଜୀକରଣ ଅଫିସର (ଇଆର୍‌ଓ), ସହକାରୀ ନିର୍ବାଚନ ପଞ୍ଜୀକରଣ ଅଫିସର (ଏଇଆର୍‌ଓ), ବିଏଲ୍‌ଓ ସୁପରଭାଇଜର ଏବଂ ବିଏଲ୍‌ଓମାନଙ୍କୁ ନେଇ ନିର୍ବାଚନ କଳ ଗଠିତ। ନିରପେକ୍ଷ ଏବଂ ସ୍ବଚ୍ଛ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଏମାନଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ତେଣୁ ବିଏଲ୍‌ଓମାନଙ୍କ ପାରିଶ୍ରମିକ ଦୁଇଗୁଣ କରିବା ସହ ବିଏଲ୍‌ଓ ସୁପରଭାଇଜରଙ୍କ ପାରିଶ୍ରମିକ ବଢ଼ାଇବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି।

ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଅତ୍ୟଧିକ କାର୍ଯ୍ୟଚାପରୁ ଇତିମଧ୍ୟରେ କେତେଜଣ ବିଏଲ୍‌ଓ ଆତ୍ମହତ୍ୟା କରିବା ସହ ଅନ୍ୟ କେତେଜଣଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଥିଲା। ଅତ୍ୟଧିକ କାର୍ଯ୍ୟଚାପ ବିରୋଧରେ ପଶ୍ଚିମବଙ୍ଗର ବିଏଲ୍‌ଓମାନେ କୋଲକାତାସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ଅଫିସ୍‌ରେ ପ୍ରବେଶ ଉଦ୍ୟମ କରିବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏସ୍‌ଆଇଆର୍‌ କାର୍ଯ୍ୟରେ ନିୟୋଜିତ ବିଏଲ୍‌ଓମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରିବା ପାଇଁ ଭାଜପା ଏହାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁନ ଚୁଗ୍‌ଙ୍କ ଅଧ୍ୟକ୍ଷତାରେ ଏକ ୭ ଜଣିଆ ଜାତୀୟ ସମନ୍ବୟ ଟିମ୍‌ ଗଠନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri