ପିଇଟିଙ୍କ ଦରମା ବଢ଼ିଲା

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ଆମ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗ୍ରାଣ୍ଟ-ଇନ୍‌-ଏଡ୍‌ ଅର୍ଡର ୨୦୧୪ ଅନୁଯାୟୀ ଅନୁଦାନପ୍ରାପ୍ତ କାର୍ଯ୍ୟରତ ପିଇଟିଙ୍କର ଦରମା ବୃଦ୍ଧି ହୋଇଛି। ଯେଉଁମାନେ ବିପିଇଡି ଏବଂ ବିଏସ୍‌ସି ପିଇଡି ଯୋଗ୍ୟତା ଅର୍ଜନ କରିଛନ୍ତି, ସେମାନଙ୍କର ମାସିକ ଦରମା ୮ ହଜାରରୁ ବୃଦ୍ଧି କରାଯାଇ ୧୩,୫୦୦ ଟଙ୍କା କରାଯାଇଛି। ଦରମା ବୃଦ୍ଧି ନେଇ ଶିକ୍ଷକମାନେ ବାରମ୍ବାର ସରକାର ନିକଟରେ ଦାବି କରିଆସୁଥିଲେ।