ବହୁଭାଷୀ ଶିକ୍ଷକଙ୍କ ଦରମା ବୃଦ୍ଧି

ଭୁବନେଶ୍ୱର, ୪।୧୧(ବ୍ୟୁରୋ): ରାଜ୍ୟ ସରକାର ବହୁଭାଷୀ ଶିକ୍ଷକଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ପୂର୍ବରୁ ବହୁଭାଷୀ ଶିକ୍ଷକଙ୍କ ଦରମା ୩,୨୦୦ ଟଙ୍କା ଥିବାବେଳେ ଏବେ ତାହାକୁ ୫,୩୭୯ ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ନେଇ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନେ ନିଜର ଦାୟିତ୍ବକୁ ସୁଚାରୁରୂପେ ନିର୍ବାହ କରୁଥିବା ବହୁଭାଷୀ ଶିକ୍ଷକମାନେ ବର୍ତ୍ତମାନ ପରିସ୍ଥିତିରେ ମାସିକ ୩,୨୦୦ ଟଙ୍କାରେ ଅସୁବିଧାରେ ଚଳୁଥିବା ଜାଣିବା ପରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।