Categories: ଜାତୀୟ

ବିଧାୟକଙ୍କ ଦରମା ହେବ ଦୁଇଗୁଣା

ନୂଆଦିଲ୍ଲୀ,୬ ।୫: ରାଜଧାନୀ ଦିଲ୍ଲୀରେ ଖୁବଶୀଘ୍ର ବିଧାୟକଙ୍କ ଦରମା ବଢିଯାଇପାରେ । ଦିଲ୍ଲୀ ବିଧାନସଭାର ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜରୀ ପ୍ରଦାନ କରିଛନ୍ତି । ଏବେ ୧୧ ବର୍ଷ ପରେ ବିଧାୟକଙ୍କ ଦରମା ବୃଦ୍ଧି କରାଯାଉଛି । ବିଧାୟକଙ୍କ ଦରମା ବ୍ୟତୀତ ଅନ୍ୟ ଭତ୍ତା ବି ବୃଦ୍ଧି କରାଯିବ । ଏହା ପୂର୍ବରୁ ୨୦୧୫ରେ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ଦରମା ବଢାଇବାର ପ୍ରସ୍ତାବ ପଠାଇଥିଲେ । ହେଲେ ସେତେବେଳେ ଏହାକୁ ମଞ୍ଜୁରୀ ମିଳି ନ ଥିଊର । ଏବେ ଦିଲ୍ଲୀ ସରକାର ଦ୍ୱିତୀୟ ଥର ଏହାକୁ ପଠଇବାରୁ ଏହା ମଞ୍ଜୁରୀ ପ୍ରାପ୍ତ ହୋଇଛି । ସେତେବେଳେ ଏହାକୁ ମଞ୍ଜରୀ ପ୍ରଦାନ କରାଯାଇ ନ ଥିଲା । ଦିଲ୍ଲୀ ବିଧାନସଭାର ଆଗାମୀ ଅଧିବେଶନରେ ଏହି ବର୍ଦ୍ଧିତ ବିଲ ଆଣାଯିବ ।

ବିଧାନସଭା ଅଧିବେଶନରେ ବିଲ୍ ପାସ ହେବା ପରେ ଏବେ ଦିଲ୍ଲୀର ବିଧାୟକମାନେ ପ୍ରତିମାସରେ ୧୨ ହଜାର ପରିବର୍ତ୍ତେ ୨୦ ହଜାର ଟଙ୍କା ଦରମା ପାଇବେ । ଏବେ ଦରମା ଓ ଅନ୍ୟାନ୍ୟ ଭତ୍ତା ମିଶି ଦିଲ୍ଲୀ ବିଧାୟକମାନେ ପ୍ରତିମାସରେ ୯୦ ହଜାର ଟଙ୍କା ପାଇବେ । ଏବେ ପର୍ଯ୍ୟନ୍ତ ଏହା ୫୪ ହଜାର ଥିଲା । ଶେଷଥର ପାଇଁ ୨୦୧୧ରେ ବିଧାୟକଙ୍କ ଦରମା ବଢିଥିଲା ।

Share