Posted inଭଦ୍ରକ

ସାଳନ୍ଦୀ ସଂସ୍କାର ଯୋଜନା ବାଟବଣା

ଭଦ୍ରକ ଅଫିସ, ୧୩।୬: ଭଦ୍ରକ ଜିଲାର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ନଦୀ ଦିନକୁ ଦିନ ଅବହେଳିତ ହେଉଛି। ନଦୀଗର୍ଭ ଏବେ ଦଳ ଭର୍ତ୍ତି ହୋଇଥିବା ବେଳେ ଭଦ୍ରକ ସହରର ଡ୍ରେନ୍‌ ପାଣି ଛଡ଼ାଯିବା ସହ ଅଳିଆ ଆବର୍ଜନା ପକାଯାଉଥିବାରୁ ନଦୀ ଜଳ ବିଷାକ୍ତ ହୋଇଯାଇଛି। ଜିଲାର ୪ ବ୍ଲକ ବନ୍ତ, ଭଦ୍ରକ, ତିହିଡ଼ି ଓ ଚାନ୍ଦବାଲି ଦେଇ ପ୍ରବାହିତ ଏହି ନଦୀ ପାଇଁ ସାଳନ୍ଦୀ ସଂସ୍କାର ଯୋଜନା ମାଧ୍ୟମରେ ୧୨୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ ସରିଥିଲେ ବି ଯୋଜନା ବାଟବଣା। ସାଳନ୍ଦୀ ଜଳ ଦ୍ୱାରା ୮,୨୦୦ ହେକ୍ଟର ଜମି ଜଳସେଚିତ ହେଉଥିବା ଜଳସମ୍ପଦ ଡିଭିଜନ ପକ୍ଷରୁ ସୂଚନା ଥିବାବେଳେ ତଳ ମୁଣ୍ଡରେ ନଦୀ ଶୁଖିଲା ପଡୁଥିବାରୁ ଚାଷ ପାଇଁ ବ୍ୟବହାର ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ଭଦ୍ରକର କେତେକ ସ୍ଥାନରେ ନଦୀ ଗର୍ଭ ଜବରଦଖଲ ସାଙ୍ଗକୁ ବେଆଇନ ବାଲିଉଠାଣ, କମ୍ପାନୀ ଦ୍ୱାରା ଜଳ ଶୋଷଣ ଓ ଅଳିଆ ଆବର୍ଜନା ସଫେଇ ହେଉ ନ ଥିବା ମୁଖ୍ୟ ସମସ୍ୟା ପାଲଟିଛି।
କେନ୍ଦୁଝର ଜିଲାର ହଦଗଡ଼ ଡ୍ୟାମ୍‌ରୁ ବାହାରି ଚାନ୍ଦବାଲି ବ୍ଲକର ତିନିତର ପର୍ଯ୍ୟନ୍ତ ୧୩୦ କି.ମି. ଲମ୍ବ ଏହି ନଦୀ। ଏହି ପରିଧି ମଧ୍ୟରେ ବନ୍ତ ବ୍ଲକର ୬ ପଞ୍ଚାୟତ, ଭଦ୍ରକର ୧୦, ତିହିଡ଼ିର ୭ ଏବଂ ଚାନ୍ଦବାଲିର ୬ ପଞ୍ଚାୟତ ରହିଛି। ତେବେ ଅନେକ ସ୍ଥାନରେ ନଦୀଗର୍ଭ ପୋତି ହୋଇପଡ଼ିଥିବାରୁ ୧୯୯୯ ପ୍ରଳୟଙ୍କରୀ ବନ୍ୟା ସମୟରେ ନଦୀକୂଳିଆବାସୀଙ୍କ ବହୁ ଧନଜୀବନ ହାନି ଘଟିଥିଲା। ପରେ କେନ୍ଦ୍ର ସରକାରଙ୍କ ସାଳନ୍ଦୀ ସଂସ୍କାର ଯୋଜନାରେ ୨୦୦୬-୦୭ରେ ୯୯ କୋଟି ଟଙ୍କା ବ୍ୟୟ ଅଟକଳ ମଞ୍ଜୁର ପରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପର ଅଟକଳ ମୂଲ୍ୟକୁ ୧୪୪କୋଟି ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ନଦୀ ଖନନ, ଡ୍ରେନେଜ୍‌ ବ୍ୟବସ୍ଥା ଓ ନଦୀବନ୍ଧ ନିର୍ମାଣ ବାବଦକୁ ୩୯କୋଟି, ପ୍ରକଳ୍ପରେ ଜମି ଅଧିଗ୍ରହଣ ବାବଦକୁ ୪୪କୋଟି, ଦଶମୌଜା ଓ ଗୋପାଳିଆ କେନାଲ ଖନନ ବାବଦକୁ ୮୦କୋଟି ୧୮ଲକ୍ଷ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ନଦୀ ସଂସ୍କାର ଯୋଜନା ବାଟବଣା ହୋଇରହିଛି। ଠିକ୍‌ ଭାବେ କାମ ହେଉ ନ ଥିବାରୁ ନଦୀ ଦଳ ଭର୍ତ୍ତି ହେବା ସହ ଅପରିଷ୍କାର ହୋଇଯାଉଛି। ଅପରପକ୍ଷେ ନଦୀ ଗର୍ଭରୁ ବେଆଇନ ଭାବେ ବାଲି ଉଠାଣ ଓ ସ୍ଥାନୀୟ ଅଞ୍ଚଳର ଏକ କମ୍ପାନୀ ନଦୀର ଜଳକୁ ଶୋଷଣ କରୁଥିବାରୁ ଜଳସ୍ତର କମିଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଏ ସମ୍ପର୍କରେ ସାଳନ୍ଦୀ କେନାଲ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଚିତ୍ତରଞ୍ଜନ ଭୁୟଁା କହିଛନ୍ତି, ନଦୀଗର୍ଭର ମାଟି ଉର୍ବର ହୋଇଥିବାରୁ ଦଳ ବଢ଼ିବାରେ ସହାୟକ ହେଉଛି। ପ୍ରତିବର୍ଷ ଦଳ ସଫା କରାଯାଉଛି। ଏଥର ଚଳିତମାସ ଶେଷ ସୁଦ୍ଧା ସଫା କରାଯିବ। ଲୋକେ ନଦୀରେ ଅଳିଆ ଆବର୍ଜନା ପକାଉଥିବାରୁ ଜଳ ଦୂଷିତ ହେଉଛି। ନଦୀ ଜଳ ପ୍ରଦୂଷଣମୁକ୍ତ ଏବଂ କୂଳ ବନ୍ଧର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

ଇରାନକୁ ଭୟଙ୍କର ଧମକ ଦେଲେ ଟ୍ରମ୍ପ, ଶୁଣିକି ଥରହର ହେଲା…..

ତେହରାନ,୩୦ା୩: ଇରାନ ସହିତ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ…

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

ଟ୍ରମ୍ପଙ୍କ ହୃଦୟ ଭାଙ୍ଗିଲେ ନେତାନ୍ୟାହୁ! ଇସ୍ରାଏଲ ଘୋଷଣା କରି କହିଲା….

ନୂଆଦିଲ୍ଲୀ,୩୦ା୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଇସ୍ରାଏଲ ଆମେରିକାକୁ ଏକ ବଡ଼ ଧୋକା ଦେଇଛି। ଇସ୍ରାଏଲ ସ୍ପଷ୍ଟ ଭାବରେ କହିଛି ଯେ ଏହାର ସେନା ଗ୍ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri