Posted inଭଦ୍ରକ

ସାଳନ୍ଦୀ ସଂସ୍କାର ଯୋଜନା ବାଟବଣା

ଭଦ୍ରକ ଅଫିସ, ୧୩।୬: ଭଦ୍ରକ ଜିଲାର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ନଦୀ ଦିନକୁ ଦିନ ଅବହେଳିତ ହେଉଛି। ନଦୀଗର୍ଭ ଏବେ ଦଳ ଭର୍ତ୍ତି ହୋଇଥିବା ବେଳେ ଭଦ୍ରକ ସହରର ଡ୍ରେନ୍‌ ପାଣି ଛଡ଼ାଯିବା ସହ ଅଳିଆ ଆବର୍ଜନା ପକାଯାଉଥିବାରୁ ନଦୀ ଜଳ ବିଷାକ୍ତ ହୋଇଯାଇଛି। ଜିଲାର ୪ ବ୍ଲକ ବନ୍ତ, ଭଦ୍ରକ, ତିହିଡ଼ି ଓ ଚାନ୍ଦବାଲି ଦେଇ ପ୍ରବାହିତ ଏହି ନଦୀ ପାଇଁ ସାଳନ୍ଦୀ ସଂସ୍କାର ଯୋଜନା ମାଧ୍ୟମରେ ୧୨୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ ସରିଥିଲେ ବି ଯୋଜନା ବାଟବଣା। ସାଳନ୍ଦୀ ଜଳ ଦ୍ୱାରା ୮,୨୦୦ ହେକ୍ଟର ଜମି ଜଳସେଚିତ ହେଉଥିବା ଜଳସମ୍ପଦ ଡିଭିଜନ ପକ୍ଷରୁ ସୂଚନା ଥିବାବେଳେ ତଳ ମୁଣ୍ଡରେ ନଦୀ ଶୁଖିଲା ପଡୁଥିବାରୁ ଚାଷ ପାଇଁ ବ୍ୟବହାର ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ଭଦ୍ରକର କେତେକ ସ୍ଥାନରେ ନଦୀ ଗର୍ଭ ଜବରଦଖଲ ସାଙ୍ଗକୁ ବେଆଇନ ବାଲିଉଠାଣ, କମ୍ପାନୀ ଦ୍ୱାରା ଜଳ ଶୋଷଣ ଓ ଅଳିଆ ଆବର୍ଜନା ସଫେଇ ହେଉ ନ ଥିବା ମୁଖ୍ୟ ସମସ୍ୟା ପାଲଟିଛି।
କେନ୍ଦୁଝର ଜିଲାର ହଦଗଡ଼ ଡ୍ୟାମ୍‌ରୁ ବାହାରି ଚାନ୍ଦବାଲି ବ୍ଲକର ତିନିତର ପର୍ଯ୍ୟନ୍ତ ୧୩୦ କି.ମି. ଲମ୍ବ ଏହି ନଦୀ। ଏହି ପରିଧି ମଧ୍ୟରେ ବନ୍ତ ବ୍ଲକର ୬ ପଞ୍ଚାୟତ, ଭଦ୍ରକର ୧୦, ତିହିଡ଼ିର ୭ ଏବଂ ଚାନ୍ଦବାଲିର ୬ ପଞ୍ଚାୟତ ରହିଛି। ତେବେ ଅନେକ ସ୍ଥାନରେ ନଦୀଗର୍ଭ ପୋତି ହୋଇପଡ଼ିଥିବାରୁ ୧୯୯୯ ପ୍ରଳୟଙ୍କରୀ ବନ୍ୟା ସମୟରେ ନଦୀକୂଳିଆବାସୀଙ୍କ ବହୁ ଧନଜୀବନ ହାନି ଘଟିଥିଲା। ପରେ କେନ୍ଦ୍ର ସରକାରଙ୍କ ସାଳନ୍ଦୀ ସଂସ୍କାର ଯୋଜନାରେ ୨୦୦୬-୦୭ରେ ୯୯ କୋଟି ଟଙ୍କା ବ୍ୟୟ ଅଟକଳ ମଞ୍ଜୁର ପରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପର ଅଟକଳ ମୂଲ୍ୟକୁ ୧୪୪କୋଟି ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ନଦୀ ଖନନ, ଡ୍ରେନେଜ୍‌ ବ୍ୟବସ୍ଥା ଓ ନଦୀବନ୍ଧ ନିର୍ମାଣ ବାବଦକୁ ୩୯କୋଟି, ପ୍ରକଳ୍ପରେ ଜମି ଅଧିଗ୍ରହଣ ବାବଦକୁ ୪୪କୋଟି, ଦଶମୌଜା ଓ ଗୋପାଳିଆ କେନାଲ ଖନନ ବାବଦକୁ ୮୦କୋଟି ୧୮ଲକ୍ଷ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ନଦୀ ସଂସ୍କାର ଯୋଜନା ବାଟବଣା ହୋଇରହିଛି। ଠିକ୍‌ ଭାବେ କାମ ହେଉ ନ ଥିବାରୁ ନଦୀ ଦଳ ଭର୍ତ୍ତି ହେବା ସହ ଅପରିଷ୍କାର ହୋଇଯାଉଛି। ଅପରପକ୍ଷେ ନଦୀ ଗର୍ଭରୁ ବେଆଇନ ଭାବେ ବାଲି ଉଠାଣ ଓ ସ୍ଥାନୀୟ ଅଞ୍ଚଳର ଏକ କମ୍ପାନୀ ନଦୀର ଜଳକୁ ଶୋଷଣ କରୁଥିବାରୁ ଜଳସ୍ତର କମିଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଏ ସମ୍ପର୍କରେ ସାଳନ୍ଦୀ କେନାଲ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଚିତ୍ତରଞ୍ଜନ ଭୁୟଁା କହିଛନ୍ତି, ନଦୀଗର୍ଭର ମାଟି ଉର୍ବର ହୋଇଥିବାରୁ ଦଳ ବଢ଼ିବାରେ ସହାୟକ ହେଉଛି। ପ୍ରତିବର୍ଷ ଦଳ ସଫା କରାଯାଉଛି। ଏଥର ଚଳିତମାସ ଶେଷ ସୁଦ୍ଧା ସଫା କରାଯିବ। ଲୋକେ ନଦୀରେ ଅଳିଆ ଆବର୍ଜନା ପକାଉଥିବାରୁ ଜଳ ଦୂଷିତ ହେଉଛି। ନଦୀ ଜଳ ପ୍ରଦୂଷଣମୁକ୍ତ ଏବଂ କୂଳ ବନ୍ଧର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri