ସାକ୍ଷୀଗୋପାଳ ଗସ୍ତରେ ଜିଲାପାଳ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର…

ସାକ୍ଷୀଗୋପାଳ,୨୯।୮(କିଶୋର ମହାପାତ୍ର/ ପ୍ରଶାନ୍ତ ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ରୁପରେଖ ନେଇ ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର ଏବଂ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅନ୍ୟ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କ ସହ ଶୁକ୍ରବାର ସାକ୍ଷୀଗୋପାଳ ଗସ୍ତ କରିଥିଲେ ।

ସାକ୍ଷୀଗୋପାଳ ମନ୍ଦିର ମୁଖ୍ୟ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଆର୍‌ଏମ୍‌ସି ମଧ୍ୟରେ ମାର୍କେଟ କମ୍ପ୍ଲେକ୍ସ କରି ଥଇଥାନ କରିବା ପାଇଁ ଭିତିଭୂମି ଅନୁଧ୍ୟାନ କରିଥିଲେ। ରେଳ ଓଭରବ୍ରିଜ ନିର୍ମାଣ ସ୍ଥଳ ପରିଦର୍ଶନ କରିବା ପରେ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀର ଦୁରାବସ୍ଥା ସୁଧାର ଆଣିବା ସହ ପୁରାତନ ଧର୍ମଶାଳାର ପୁନରୁଦ୍ଧାର ଏବଂ ସଂଲଗ୍ନ ମାର୍କେଟ କମ୍ପ୍ଲେକ୍ସ ନେଇ ବିଧାୟକ ଓ ଜିଲାପାଳ ଅଧିକାରୀଙ୍କୁ ଖସଡ଼ା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ମନ୍ଦିର ପାରିପାଶର୍‌ବିକ ଉନ୍ନୟନ ପ୍ରକଳ୍ପ ଡିଜାଇନ ଦେଖିବା ପରେ ଏହାର ପରିବର୍ତ୍ତନ ସହିତ ସ୍ବଳ୍ପ ରକ୍ଷଣାବେକ୍ଷଣ ଦିଗପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ସତ୍ୟବାଦୀର ଦୁଇଟି ପୁରାତନ ବିଦ୍ୟାଳୟ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଆବଶ୍ୟକ ବିକାଶ ପାଇଁ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ବିଧାୟକ ମିଶ୍ର ଏହାର କଳେବର ବୃଦ୍ଧି ଓ ଗୁଣାତ୍ମକ ଶିକ୍ଷା ପ୍ରତି ରାଜ୍ୟ ସରକାର ୫୦ କୋଟି ବ୍ୟୟ ବରାଦ କରିଥିବା ଅବଗତ କରାଇଥିଲେ। ଏପରି କି ଏହାକୁ କେନ୍ଦ୍ର ବିଶ୍ବବିଦ୍ୟାଳୟ ଭାବେ ଗଢିତୋଳିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରସ୍ତାବ ରଖିଥିବା କହିଥିଲେ।

ଐତିହାସିକ ବକୁଳନର ଜରାଜୀର୍ଣ୍ଣ ଅସ୍ଥା ଦେଖି ବିଧାୟକ ବିରକ୍ତି ପ୍ରକାଶ କରିବା ସହ ଏଥିପାଇଁ ପ୍ରସ୍ତୁତ ଡିଜାଇନର ବ୍ୟାପକ ପରିବର୍ତ୍ତନ କରିବା ପାଇଁ କହିଥିଲେ। ଏହାକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇ, ସ୍ଥାନୀୟ ଲୋକଙ୍କ ମତାମତକୁ ପ୍ରାଧାନ୍ୟ ଦେଇ ଡିଜାଇନ ପ୍ରସ୍ତୁତ କରିବାକୁ କହିବା ସହିତ ପରିଚାଳନା ନିମନ୍ତେ ଆୟଭିତିକ ପ୍ରକଳ୍ପରେ ପରିଣତ କରିବାକୁ ଜିଲାପାଳ କହିଥିଲେ। ପରେ ଅଧିକାରୀମାନଙ୍କ ସହ ଜିଲାପାଳ ଓ ବିଧାୟକ ମେଗା ପାନୀୟ ଜଳ ପ୍ରକଳ୍ପ ଅଗ୍ରଗତି ଓ ଐତିହ୍ୟ ଗ୍ରାମ ସୁଆଣ୍ଡୋ ଗସ୍ତ କରିଥିଲେ।

ସତ୍ୟବାଦୀ ତହସିଲଦାର ଆଲୋକ ଦେହୁରୀ, ବିଡ଼ିଓ ଲିପ୍ସା ରାୟ, ଥାନା ଆଇଆଇସି ଉମେଶ କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ, ସେବାୟତ ସଂଘ କର୍ମକର୍ତ୍ତା, ଜଳସେଚନ, ରାସ୍ତା ଓ ଗୃହନିର୍ମାଣ ବିଭାଗର ଯନ୍ତ୍ରୀଙ୍କ ସହିତ ଲୋକପ୍ରତିନିଧି ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri