Categories: ଜାତୀୟ

ଟିଏମସି ନେତା ସାକେତ ଗୋଖଲେଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୧୭।୪: ମନି ଲଣ୍ଡରିଂ ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି) ନେତା ସାକେତ ଗୋଖଲେଙ୍କୁ ସୋମବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଦାନ ମାଧ୍ୟମରେ ସଂଗୃହୀତ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଗୋଖଲେଙ୍କୁ ଡିସେମ୍ବର ୩୦, ୨୦୨୨ରେ ଗୁଜରାଟ ପୋଲିସ ଗିରଫ କରିଥିଲା। ତେବେ ୧୦୦ରୁ ଅଧିକ ଦିନ ଜେଲରେ ରହିବା ପରେ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ହେଲେ ଏହି ମାମଲାକୁ ଗୁରୁତର ବୋଲି ବର୍ଣ୍ଣନା କରି ଗୁଜୁରାଟ ହାଇକୋର୍ଟ ଜାମିନ ନାମଞ୍ଜୁର କରିଦେଇଥିଲେ।

ସୂଚନାଯୋଗ୍ୟ, ୨୮ ଡିସେମ୍ବର ୨୦୨୨ରେ ଗୋଖଲେଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଅଭିଯୋଗରେ ଦର୍ଶାଯାଇଥିଲା ଯେ, ଡେପୁଟି ସେକ୍ରେଟେରୀଙ୍କ ସ୍ତ୍ରୀ ଗୋଖଲେଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଫାଉଣ୍ଡ ଫଣ୍ଡ ପଦକ୍ଷେପ ପାଇଁ କିଛି ଅବଦାନ ଦେଇଛନ୍ତି। ଏହି ପାଣ୍ଠି ଗରିବ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହୃତ ହେବ। ତେବେ ଗୋଖଲେ ତାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଅର୍ଥର ଅପବ୍ୟବହାର କରିଥିଲେ।

Share