ଦଶମରେ ୩ ଥର ଫେଲ୍‌, ସୁନ୍ଦରୀ ଜ୍ୟାକ୍‌ଲିନ୍‌ଙ୍କୁ କରିଛନ୍ତି ଡେଟ୍‌; ଜାଣନ୍ତୁ ଏହି ବିବାଦୀୟ ନିର୍ଦ୍ଦେଶକଙ୍କ…

ବମ୍ବେ: ବଲିଉଡ ନିର୍ଦ୍ଦେଶକ ସାଜିଦ ଖାନ୍‌ଙ୍କୁ କିଏ ବା ନ ଜାଣେ। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଛନ୍ତି ସେ। ୧୯୭୧ ଆଜିର ଦିନରେ ମୁମ୍ବାଇରେ ତାଙ୍କ ଜନ୍ମ। ଛଅ ବର୍ଷ ବୟସରେ ମା’ବାପାଙ୍କଠାରୁ ଅଲଗା ହୋଇଯାଇଥିଲେ ସାଜିଦ। ଏଣୁ ପିଲାଦିନ ଦାରିଦ୍ରରେ ବିତିଥିଲା। ଯେତେବେଳେ ତାଙ୍କୁ ୧୪ ବର୍ଷ ହୋଇଥିଲା ସେ ତାଙ୍କ ବାପାଙ୍କୁ ହରାଇଥିଲେ। ସାଜିଦଙ୍କ ଭଉଣୀ ଫରହା ଖାନ ପରିବାରର ଭରଣପୋଷଣ କରିବା ପାଇଁ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରିଥିଲେ। ଅପରପକ୍ଷେ ସାଜିଦ ପାଠପଢ଼ାରେ ସେତେଟା ଭଲ ନ ଥିଲେ। ସେ ଦଶମରେ ୩ ଥର ଫେଲ ହୋଇଥିଲେ। ସମସ୍ତ ଅସୁବିଧା ସହ ଲଢ଼ି ସେ କିନ୍ତୁ ବଲିଉଡ୍‌ରେ ନିଜର ପରିଚୟ ତିଆରି କରିଥିଲେ। ଆଜି ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କୁ ନେଇ କିଛି ଅଜଣା କଥା।

-ହାଉସଫୁଲ, ହିମ୍ମତଓ୍ବାଲା, ହେ ବେବି ଭଳି ଫିଲ୍ମ ନିର୍ଦ୍ଦେଶନା ଦେଇଥିବା ସାଜିଦ କୋରିଓଗ୍ରାଫର ଫରାହ ଖାନ୍‌ଙ୍କ ଭାଇ।

-୧୯୯୬ରେ ସେ ମ୍ୟୁଜିକାଲ ଶୋ’ ‘ଇକ୍କେ ପେ ଇକ୍କା’କୁ ହୋଷ୍ଟ କରିଥିଲେ। ଏହି ଶୋ’ ଲିମ୍‌କା ବୁକ୍‌ ଅଫ୍‌ ରେକଡ୍ସରେ ସ୍ଥାନ ପାଇଛି।

– ୧୫ ବର୍ଷ ବୟସରେ ଜେଲ ଯାଇଛନ୍ତି ସେ। ରେଳ ଧାରଣା ମଝିରେ ଚାଲିବା ଯୋଗୁ ଗୋଟିଏ ରାତି ସେ ଥାନା ହାଜତରେ କାଟିଥିଲେ।

-ସାଜିଦ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌ଙ୍କୁ ଡେଟ୍‌ କରିଛନ୍ତି। ସେ ଜ୍ୟାକ୍‌ଲିନ୍‌ଙ୍କୁ ହାଉସ୍‌ଫୁଲ ୨ରେ ବ୍ରେକ୍‌ ଦେଇଥିଲେ। ହେଲେ ୨୦୧୩ରେ ସେମାନଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଏହା ପଛରେ କାରଣ ଥିଲା ଜ୍ୟାକ୍‌ଲିନ୍‌ଙ୍କ ପୋଜେସିଭ୍‌ନେସ୍‌।

-ଅଜୟ ଦେବଗନଙ୍କ ପିଲା ଦିନର ବନ୍ଧୁ ସାଜିଦ। ସେ # ମିଟୁ ବିବାଦକୁ ନେଇ ଚର୍ଚ୍ଚାରେ ଥିଲେ। ଅନେକ ଅଭିନେତ୍ରୀ ଏବଂ ମଡେଲ ତାଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଲଗାଇଛନ୍ତି।

– ବିପାଶା ବସୁ ବି ସାଜିଦଙ୍କ ବିରୋଧରେ ଅନେକ କଥା କହିଛନ୍ତି। ସେଟ୍‌ରେ ସାଜିଦ ମହିଳାଙ୍କୁ ବିଚିତ୍ର ଭାବେ ବ୍ୟବହାର କରୁଥିଲେ। ଖରାପ ଭାଷା ପ୍ରୟୋଗ ସାଙ୍ଗକୁ ମହିଳାଙ୍କ ପ୍ରତି ସେ ଅସଭ୍ୟ ଥିଲେ।

-ଦିୟା ମିର୍ଜା ମଧ୍ୟ ତାଙ୍କର ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଥିଲେ। ସାଜିଦ ତାଙ୍କୁ ପ୍ରଶ୍ନ କରିଥିଲେ ଯଦି ମୁଁ ତୁମକୁ ୧୦୦ କୋଟି ଦେବି ତେବେ ତୁମେ କ’ଣ ଏକ କୁକୁର ସହ ସମ୍ପର୍କ ରଖିବ।

Share